କହିଥିଲି ନା ତୁମକୁ ସିଂହ ଦ୍ୱାର ଛାଡି କୁଆଡେ ଭି ଯିବନି।
ତଥାପି ଶୁଣିଲନି ଟିକେ ମୋ କଥା
ଭାଇ, ଭଉଣୀ ଙ୍କୁ ଧରି ବୁଲି ବାହାରି ଗଲ।
ଏକାଥରକେ ନଅ ଦିନ
ଖାଲି ପୋଡପିଠା ଖାଇବା ଲୋଭରେ
ଏଠି କ'ଣ ତୁମକୁ ଖାଇବା ରୁଚିଲାନି...?
ନା ମାସ୍କ ପିନ୍ଦିଛ, ନା ସାନିଟାଇଜର ନେଇଛ।
ଦେଖିଲ...କରୋନା ଆତଙ୍କ ରେ କେହି ଭି ବାହାରୁ ନାହାଁନ୍ତି
ଭକ୍ତ ମାନେ ସିଂହ ଦ୍ୱାର ଭି ମାଡୁ ନାହାନ୍ତି।
ଆସିଲ ତ ଆସିଲ ଭାଇ, ଭଉଣୀ ସୁନାରେ ସଜେଇ ହୋଇ ଦେଖେଇ ହେଲ
କିଏ ଦେଖିବ ତୁମକୁ...?
ସେଇଠି ରୁହ ବାହାରେ
ଭିତରକୁ ପଶି ପାରିବନି।
ମୋର ରସଗୋଲା କି ଶାଢ଼ୀ ଦରକାର ନାହିଁ।
ଭାଇ, ଭଉଣୀ ଆଗ କରୋନା ଟେଷ୍ଟ କର
ତାପରେ ଭିତରକୁ ଆସିବାକୁ ଅନୁମତି ଦେବି।
ଜଗନ୍ନାଥ କରୋନା ଟେଷ୍ଟ ରିପୋର୍ଟ ଦେଖେଇ ଭିତରେ ପ୍ରବେଶ କଲେ ବାଧ୍ୟ ହୋଇ।
Comments
Post a Comment