ସବୁ ଅଭିମାନ କୁ ଅନୁଭବ ରେ ଆଙ୍କି ହୁଏ କି..?
ପଶ୍ଚିମ ଆକାଶ ର ବିସ୍ତୃତ ପରଦାରେ
ଜୀର୍ଣ୍ଣ ,ଉଜାଗର ଅପେକ୍ଷା ରତ ମୁହଁ ,
ଅପହଞ୍ଚ ଦୂରତା ସତ୍ତ୍ୱେ
ଏକାନ୍ତ ହବାର ପ୍ରବଳ ଅଭିପ୍ସା
ନଥାଏ ସେଦିନର ମୁକ୍ତ କଣ୍ଠ କି ମୁକ୍ତ ମନ
ବିନା ମୃତରେ ଠଉରେଇ ହୁଏ କି
ମଶାଣି ର ନିର୍ମମ ସୋହାଗ?
କିଏ ଜାଣିଛି ଯେ କହିଦେବ କେଉଁଠି ଆବଦ୍ଧ ସମୟ,
ଦୀପ ନିଭୃତ ଚେତନାରେ ସାଇତା ପ୍ରତ୍ୟୟ,
ନୀଳ ଆକାଶ ତଳେ ନିଃସଙ୍ଗ ତାରା
ଢାଳି ଦିଏ ଦଗ୍ଧ ଅନ୍ଧକାର
ଆକାଶ ସେପାରେ ସୂର୍ଯ୍ୟ ଫରୁଆରେ
ସ୍ମୃତି ଜଳନ୍ତା ହୃଦୟ,
ସମୟକୁ ଜୀବନ୍ତ ସାବ୍ୟସ୍ତ ର ପ୍ରୟାସରେ
ଅନେକ ପ୍ରତିଶ୍ରୁତି ର ଧାରା ଶ୍ରାବଣ,
ଅଭିମାନର ସମୁଦ୍ର ରେ ଡହ ଡହ ବିକଳ କାନ୍ଦଣା,
ଅଚାନକ ସ୍ପନ୍ଦନ ବାରି ବାରି
ବାଟ ଭୁଲା ସ୍ମୃତି ସବୁ ଖୋଲେ ଉତ୍ତରଣ,
ପରିଶେଷେ ଅଭିମାନ ର ହୁଏ
ରୁପାନ୍ତର ଅଭିଯୋଗରେ
Comments
Post a Comment