ଘୃଣା ର ଅନଳେ ସହର ଜଳୁଛି
ପୂଣ୍ୟ ର ଯୁଇ ରେ ପାପ ତ ହସୁଛି।
ସବୁ ପାପ ପୂଣ୍ୟ ପାଉଁସ ହୋଇବ
ମଶାଣି ମାଟି ରେ ସବୁ ମିଶି ଯିବ।
ମୃତ୍ୟୁ ର ଫାଶ ରେ ବନ୍ଧା ଆମ ଡୋର।
ଜୀବନ ଯେ ଅଟଇ କ୍ଷଣ ଭଙ୍ଗୁର।।
ଛାଡ଼ିଯିବା ସ୍ମୃତିକରି କିଛି କିର୍ତ୍ତି
ମଧୁର ସଂପର୍କେ ଭୁଲିଯିବା ଭିତି।
କାଳର କରାଳେ ନାହିଁ ସାନ ବଡ଼
କରୋନା ଶିଖାଇଲା ଜୀବନ ର ଖେଳ।
ଦଗ୍ଧ ପିପାସିତ ଜର୍ଜରିତ ଭାବ
ଦୂର କର ମନୁ ଏକ ହୋଇ ସର୍ବ।
ଶାନ୍ତି ର ବାରତା ମନରେ ଭରିଣ
ଜଗା ପାଦପଦ୍ମେ ପଶ ଯେ ଶରଣ।ମିନାକ୍ଷୀ
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment