ବାଟବଣା ହୋଇଯାଏ
ଖୋଜୁ ଖୋଜୁ ପ୍ରେମ ର ରହସ୍ଯ।
ପଞ୍ଚେନ୍ଦ୍ରିୟ , ମନ , ବୁଦ୍ଧି
ହୃଦୟର ଦ୍ବାର ଖୋଲି
ସ୍ତବ୍ଧ , ଚକିତ ହୋଇ----
ପ୍ରେମ କୁ ବାନ୍ଧି
ରଖିବାର ପ୍ରୟାସ ।।।।🌹
ଡବ ଡବ ଆକ୍ଷି ରେ
ନିରିହ ପ୍ରଶ୍ନାକୁଳ ,
ବା କେତେବେଳେ ସନ୍ଦେହ ର
ତଟ୍ଟସ୍ଥ ଉତ୍ତାଳ
ଶବ୍ଦ ର ଛାତି ରେ
ଭାବନା ରେ ଟଳମଳ ।🌹
ଅକୁହା ବେଦନା ,
ସ୍ମୃତି , କ୍ଷୋଭ , ଦୁଃଖ
ମିଶି ସବୁ ହୋଇ ଯାଏ
କବିତାର ମାଳ।
ଶବ୍ଦ ର ଆକାଶ ହୁଏ ଦ୍ରବୀଭୂତ
ଦୀପଶିଖା ଉଜ୍ଜ୍ବଳ ରେ ଶୁଭୁଥାଏ ଯେମିତି
ପ୍ରେମ ହିଁ ଶାଶ୍ଵତ।।।
ପ୍ରେମ ହିଁ ଶାଶ୍ଵତ।।।🌹🌹
ଫେରି ଆସେ ସେ ପୁଣି ସେହି
ସ୍ବପ୍ନ ର ପାହାଚ କୁ ,,,,
ଅବୁଝା ଅଭିମାନ
ଦୁଃଖ ଦ୍ରୁବଦଳ କୁ।🌹
ନଦୀ କୁ ଚାହିଁଲେ
ମନେ ପଡିଯାଏ
ପ୍ରେମ ର ସ୍ବର ଓ ସମୟ।
ତାର ଚିତ୍ରପଟ୍ଟ, ନିଷ୍ଠା,ସାଧନା
ଛନ୍ଦମୟ ହୃଦୟ ।।।🌹
ପାହାଡ ଆଲିଙ୍ଗନ ରୁ
ମୁକ୍ତି ଲୋଡି
ମୁଠା ମୁଠା ପ୍ରେମ କୁ
ଆକ୍ଷି ରେ ଭରି
କେତେ ରଙ୍ଗ
କେତେ ରୂପରେ----
ପାଦର ନୂପୁର
ଛଳେ ଛଳେ-----
ସୂର୍ଯ୍ୟ ର ଆଶା ର
ଆଶାବରୀ ହୋଇ----
ଜହ୍ନ ଆଲୁଅ ର
ବାଲିଢେଉ ହୋଇ-----
କରିଥାଏ ଅକ୍ଳାନ୍ତ ଉଦ୍ୟମ
ସଂଘର୍ଷ ଅବିରାମ।🌹
କେତେ ବେଳେ ଯେ
ଶାନ୍ତ ସରଳ଼-----
କେତେ ବେଳେ କ୍ଷୋଭ
ଯୁଗ ଯୁଗ ର।।।🌹
ମନେ ପଡିଯାଏ
ଜନ୍ମ ଜନ୍ମାନ୍ତର ଗାଥା----
ଆତ୍ମାର ନିଦାଘ କଥା----
ଉନ୍ମାଦ କରୁଣା ର ବ୍ୟଥା।।।।।🌹
କେତେ ଦୀର୍ଘ ପଥ
ବିଷମ ସଙ୍କଟ
ସ୍ଥାବର ଜଙ୍ଗମ,
କୀଟ ତୃଣ ପଥର ପବନ।
ଶୁଭ୍ର ବସ୍ତ୍ରନ୍ବିତା ବା
ରକ୍ତ ବସ୍ତ୍ରନ୍ବିତା-----
ତଥାପି ଉଜ୍ଜ୍ବଳ ମୁଁହ ରେ ହସ
ତାର ଅସୁମାରି ବିଶ୍ବାସ
ଭରିଗଲା ତା ପ୍ରେମ ର ନିର୍ଯ୍ୟାସ-----
ପାଇଲା ସେ ସାଗର ର ସ୍ପର୍ଶ।।।।🌹
ନା ଅଛି ସ୍ବପ୍ନ ର ପ୍ରତିଧ୍ବନି
ନା ଅଛି ଲାଞ୍ଛନା ର ଶୁକମୁନି----
ଅଛି ଖାଲି ସେଠି
ଅନନ୍ତ ପ୍ରେମ ର ବେଳାଭୂମି।।।।।
🌹🌹🌹🌹🌹🌹🌹
Badhia!
ReplyDelete