ବଉଳ ଫୁଲର ବାସନା,,
ସୁଲୁ ସୁଲିଆ ବସନ୍ତ ପବନ ଝରିପଡେ ,...
ସେଇ ଅଙ୍କା ବଙ୍କା ଦାଣ୍ଡ କବାଟ
କୋଣ ରେ ।।
କେତେବେଳେ ସୂର୍ଯ୍ୟ ଙ୍କର
କ୍ଷୁଧାତୁର ମୁହଁ,
କେତେବେଳେ
ଚାନ୍ଦିନୀ ରାତିରେ
ଚନ୍ଦ୍ରମା ର
ଓଢଣା ତଳେ .....
ଲୁଚାକାଳି ଖେଳ.
ମଲ୍ଲିଫୁଲ ହାର ପରି
ଚିକିମିକି ତାରାର,
ଚକା ଭଉଁରୀ ବେଳ ।
ସ୍ପଷ୍ଟ ଚିତ୍ର ଆଙ୍କି
ହେଇ ଯାଏ .....
ସେଇ କବାଟ ସନ୍ଧି ରେ....
ଆସିବା ଯିବା ତ ଲାଗିଅଛି ....
ଆନନ୍ଦ,ହତାଶ,
ଭାରାକ୍ରାନ୍ତ ଶରୀର ର....
ତ କେତେ ସାଙ୍ଗସାଥୀ
ସ୍ନେହ ମମତାର।।
ଆଜି ସବୁ ଶୁନଶାନ୍;
କିଏ ଗୋଟେ ପଶି ଆସିଛି
ଅବେଳ ରେ....
ଛାୟା ମୂର୍ତ୍ତି ଙ୍କ ଆଖିରେ..
ଆଲୋକ!
ଗାଁ ର ଚଲା ବାଟେ
ପ୍ରଦକ୍ଷଣ କରୁଥିଲା
ବିନା ଦ୍ବିଧା ରେ ,,,,,
ସତ୍ୟ ର ସୂକ୍ଷ୍ଳ ସୂତା ରେ
ଗଣ୍ଠି ପକେଇ
ଅପେକ୍ଷା କରିଥିଲା!!
ସାହାଣ ମେଲା
ଦୁଆର ବନ୍ଧେ....
ପଶି ଆସିଲା....
ଯେମିତି କୋଉ ଏକ
ଚିନ୍ହା ଅତିଥୀ ଟିଏ ପରି ......
ବୁଝିଲାନି ସମୟ ,
ଦିନ ର ଶେଷ ସୂତ୍ର ।
"କି ନିଷ୍ଠୁର ସେତ'' !!
ଦୀର୍ଘ ଅସରା ଅପରାନ୍ହ ରେ....
କାହାକୁ କିଛି
ପଚାରିବା ପୂର୍ବରୁ ,
ଢାଳି ଦେଲା
"ନୀର୍ଜନତା"।।
`ନିର୍ଜନତା` କଣ.....
ଭାଗ୍ୟ??
ଶେଷ ଦଶା ମଣିଷର??
କେତେ ସେ ନିର୍ମମ ,
----କେତେ....
ଅବୋଧ୍ୟ ,ଅକାଟ୍ୟ।।
ନୀରବ ନୀଳ ଆକାଶରେ...
ଶୁଭୁଥାଏ ଅସୀମ
କରୁଣା ର ଚିତ୍କାର!!
""ବୋଉ.. ଉଠ୍, ।
ଉଠ୍ ବୋଉ''......
ସମୟ ର
ଆଙ୍କଡା ରେ...
ସବୁ ସ୍ବପ୍ନ , ସବୁ ଆଶା ,
ସ୍ନେହ , ସ୍ମୃତି ନେଇ ....
ଶାନ୍ତ ଶିଶୁ ଟିଏ ପରି
ଶୋଇ ଯାଇଛି
ଆଜି ସେ ...
ସୁଖିଲା ପତ୍ର ଝଡାରେ
ଝରି ପଡିଥିବା ....
ଝରା ଫୁଲ ଟିଏ ପରି।।।।
---------------------------------------
Comments
Post a Comment