ଯାହା ତ ହେବାର
ଥିଲା ହେଲା।
ଯାହା ହେବ
ଦେଖାଯିବ ।
ଅରଣ୍ୟ ରୋଦନ କାହିଁକି??
ଟିକେ ଟିକେ ଆଲୋକ
ପାଇଁ କି .....
ଜାଳି ଦେଉଛ------
ସାରା ପରମାୟୁ ।
🍂🍂🍂🍂🍂🍂🍂
ଦୁଇ ନାବ ରେ
ଗୋଡ ଦେଲେ----
କ'ଣ ଆଉ ହବ..!!!!!
ଆଶ୍ରା କେବଳ
ସେଇ ପରମାତ୍ମା
ବା...ସୁକର୍ମ ର ଫଳ।
🍁🍁🍁🍁🍁🍁🍁
" ହସ ଓ ହସାଅ"
ଏଇ ଦୁଇଟି
ସମ୍ଭାବ୍ଯ ରେ
ଅଦୃଶ୍ଯ ଆଗନ୍ତୁକ
ଭବିଷ୍ୟତ ......
ହୋଇଯିବ ନିଷ୍କଣ୍ଟକ
ଛନ୍ଦମୟ , ସୁରମୟ।
🍂🍂🍂🍂🍂🍂🍂
ଅନ୍ଧକାର ର ପାଦଚିହ୍ନ
ସ୍ପଷ୍ଟ ଦେଖାଯିବ
ଆକାଶ ର ଫର୍ଚ୍ଚା ଫର୍ଚ୍ଚା
ଆଲୋକ ରେ ......
ଭୁଲିଯାଅ ସେଇ
ଚିତ୍ରମୟ ଅଫେରା ଅତୀତ।
ବର୍ତ୍ତମାନ ର କୋମଳ
ସ୍ପର୍ଶ ରେ.....
ସ୍ବାଗତ କର ନବାଗତ କୁ
🍁🍁🍁🍁🍁🍁🍁
ହତାଶା ନିରାଶା କୁ
ପଛକୁ ଫିଙ୍ଗି
ସୃଷ୍ଟି କର
ନୂତନ ଦିଗନ୍ତ ।।।।।
🍂🍂🍂🍂🍂🍂🍂🍂
ନବ ଆଗନ୍ତୁକ,
ନୂଆ ସକାଳ
ଜଣେଇ ଦେଉଛି......
ମୁଁ ଆସିଛି , ମୁଁ ଆସିଛି
କଦମ୍ବ ର ଜୋଛନା ରେ
ବଇଁଶି ଟିକେ
ବଜେଇଦିଅ.....
ଭୁଲିଯାଅ ସେହି
ଅତୀତ କାହାଣୀ
ଓ
ଭବିଷ୍ୟତ ବାଣୀ।।।
🍁🍁🍁🍁🍁🍁🍁🍁
ଅର୍ଥ ମୟ ମନେହୁଏ ଆଜି.......
ହୃଦୟ ର ସ୍ପର୍ଶ .....
ତ୍ରିଭୁଵନ ଠୁ ବଳିଯାଏ
ପ୍ରାଣ ର ସୁହାସ।।।।।
ଖୋଲିଦେଇ ତୋର
ହାତ ବାକ୍ସ
ଢାଳି ଦେ .....
ସୁନାର କଳସ।।।
🍂🍂🍂🍂🍂🍂🍂🍂
କଅଁଳ ଅଙ୍କୁର ଶୂନ୍ଯତାରୁ
ପୂଣ୍ଯ ଆଡକୁ
ମହ ମହ ବାସନା ନେଇ
ଫେରିଆସ ଦେବଲୋକ
ନ ଥିବ ସେଠି.....
ରୋଗ ଶୋକ ଭୋକ......
ଥିବ ଯେ କେବଳ
ସ୍ବର୍ଗସୁଖ ।।।।।।।
🌻🌻🌻🌻🌻🌻🌻🌻🌻🌻
Badhia heichi
ReplyDelete