ତୁମର ପ୍ରେମ ର
ଉଚ୍ଛ୍ବାସ ରେ
ନିଜକୁ ଜାଳି ଦେଇଥିଲି .....
ନ ଥିଲା ଶଙ୍କା , ଭୟ
ଅକାଳ ଚିନ୍ତା ।
ମୁକ୍ତି ର ନିଃଶ୍ବାସ ପାଇଁ
ତୁମେ ଥିଲ ମୋ
ଆଶ୍ରୟ ସ୍ଥଳ।
ବିଭୋର ହୋଇ ଉଠୁଥିଲି....
ମୋହିବାର କଳା
ଠିକ ଜାଣିଥିଲ ।
ମୋ ଶୂନ୍ଯ ର
ଆଁଗଣ ରେ ଢାଳିଦେଲ ଫଗୁଣ ର ଫୁଲ
ଫୁଲ ର କଅଁଳ ସ୍ପର୍ଶ ରେ ମହକୁ ଥିଲ
ସେଇ ଭିଜା ଭିଜା
ମାଟିରେ....
ଧୋବ ଫର ଫର
ଜ୍ୟୋତ୍ସ୍ନା ରାତି ରେ
ଖରା ତରା ରେ
ଶିଶିରେ କାକରେ.....
ପାଦ ରେ ପାଦ ଛନ୍ଦି
ଚାଲୁଥିଲି ସାଥୀ ରେ ସାଥୀରେ .....
ଶବ୍ଦ ରେ।, ହୃଦୟ ରେ
ଅନୁଭବ ରେ
ବାଛିନେଲି ବଞ୍ଚିବାର
ଅଭିପ୍ରାୟ ।।।।।
ତୁମ ପାଇଁ ଦୀପ ହୋଇ
ଜଳୁଥିଲି....
ତୁମ ପାଇଁ ଛାଇ ହୋଇ
ରହିଥିଲି ।।।।
ପ୍ରଣୟ ର ଶଂଖ
ମଲ୍ଲ ମଲ୍ଲ
ତାଜମହଲ ରେ
ଲେଖୁଥିଲି ପ୍ରେମ
ର କବିତା
ଥିଲି ତ ଅଭିମାନୀନି
ବାୟା ଗୀତ ଗାଇ
ମାନଭଞ୍ଜନ କରି
ତୋଳି ନେଉଥିଲ
ତୁମ ବାହୁ ବଳୟ ରେ।
ତୁମେ ଥିଲ ମୋ
ପ୍ରେମ ର ସୃଜନ
ପ୍ରେମ ପରି ଶାନ୍ତ, ସୁନ୍ଦର, ନିଷ୍କପଟ , ଅନ୍ତରଙ୍ଗ।।।
କେମିତି ଭୁଲିବି କୁହ!!!!!
ଆଜିର ଏ କୋରଡିଆ
ମଲା ଆଖି
ଭୟଙ୍କର ଜୀର୍ଣ୍ଣ ଶୀର୍ଣ୍ଣ
ଶରୀର ଶୁଖିଲା
ହସ ର ପାଖୁଡା ପରି
ଝରି ପଡୁଛି।
ଆମ ପ୍ରେମ ତ ଥିଲା
ଆତ୍ମା ଓ ଆତ୍ମା ର.....
ମନ ସହ ମନ ର.....
ଆଜି କାହିଁକି ଅବାଞ୍ଛିତ, ତିକ୍ତ ଆକ୍ଷେପ ???
କେହି ଜଣେ ଚୁପ ଚୁପ ଫିସ ଫିସ କରି କହୁଛି
ତୁ ଏବେ ଝରାଫୁଲ...
ଏକ ଗ୍ରସ୍ତ କାଳ।
ନା ଅଛି ମହକ
ନା ଅଛି ଚମକ ....
ତୋ ପାହାଚ ରେ
ଲାଗି ଯାଇଛି କଳଙ୍କ।
ଦେଖ୍ ତୋ ଆକାଶ କୁ
କେତେ ଶାନ୍ତ , ଫର୍ଚ୍ଚା, ମୁକ୍ତ , ଉଦାର।
ଯା.....ଉଡିଯା ...
ଫୁର୍ କିନା ଉଡି ଯା .....
ଆକାଶ ରଙ୍ଗେ
ରଙ୍ଗି ଯା....
ଏ...... ତିକ୍ତ ମାଟି କ'ଣ
ଆକାଶ ଠୁ ଭଲ????
ଥରିଲା ଥରିଲା ହାତରେ
ଶିଙ୍ଗି ବାଡି କୁ ଆଶ୍ରା କରି
ଛଳ ଛଳ ଆଖି ରେ
ଶିଥିଳ ପାଦ ଉଠେଇ
ବାଛି ନେଲି ଅମଡାବାଟ
କେହିନାହିଁ .....
ମୁଁ ଭି ନାହି.....
ରହିଗଲା କେତୋଟି
ସମର୍ପିତ ପ୍ରତିଶଦ୍ଦ
ଅପସୃୟ ମାନ ଦୀର୍ଘଶ୍ବାସ........
ଓ
ନୀରବ ମୁହୁର୍ତ
।।।।।।।
💐💐💐💐💐💐💐💐
Badhia lekhicha
ReplyDelete