ସେଇ ପିଲାଦିନ , ବାଲିଘର.....
ଅନେକ ସ୍ମୃତି...!!!!
ଚାଲେ ଘରୁକୁ ଯିବା----
କହି ଫେରିଆସେ
ସୂର୍ଯ୍ୟାସ୍ତ ପୁର୍ବରୁ.....
ନନା ଚାହିଁ ଥିବେ....
ମନରେ ଥାଏ ଭୟ
କିଛି ନ କହିଲେ ଭି
ସବୁ ବୁଝି ହୋଇଯାଏ ।।
ତୁମେ ଥିଲ ନନା
କଅଁଳ ଶୀତଳ ଛାୟା
ତୁମ ଚିତ୍ର ପଟ୍ଟ
ଆଖିରେ ଝଲସି
ଉଠୁଥିଲା.....
ସଂସ୍କାର ତୁମ
ଗୁନ୍ଥି ହୋଇ ଯାଇଥିଲା
ଆମ ଟିକି ଜୀବନ ରେ
ବହୁତ ସ୍ବପ୍ନ ,
ଅସୁମାରୀ ଆଶା....
ଆଦର ସୋହାଗେ
ବଡ କରିଥିଲ...
ଝିଅ ମୋ ଡାକ୍ତର ହେବ
ସ୍ନେହ ର ସବୁ ଶଦ୍ଦ ରେ
ସ୍ତବ୍ଦ ସକାଳ ପରି....
ସ୍ତବ୍ଧ ହୋଇ ରହିଗଲା,
ସ୍ଵପ୍ନ ସବୁ ଭାସି ଗଲା......
ମେଘ ର ନାଆ ରେ ।।।।
ଭାବିନେଲି ଯୋଉଠି
ଭି ଥାଏ ମର୍ଯ୍ୟାଦା ରଖିବି
ମନେ ପଡେ ବୋଉ ର କିଟ୍ କିଟ୍ ଶବ୍ଦ ....
କାମ କରୁନୁ
ଚଳିବୁ କେମିତି???
ଭରସା ଥିଲା ତୁମର.....
ମୋ ଝିଅ ସବୁ
କରି ପାରିବ ।।।
କ'ଣ କଲି ନନା.....
ପ୍ରତିକ୍ଷଣେ,ପ୍ରତି ଉଚ୍ଚାରଣେ....
ଗୋଡ ଦେଲି
ନୂଆ ଜୀବନ ର
ନୂଆ ପାହାଚ ରେ।।।।
ସେଦିନ ତୁମ
ଲୁହ ଛଳ ଛଳ ଆଖି
ଦୁଇପଦ କଥା-------
ଭଲ ମଣିଷ ହେଇଛୁ
ଖୁସି ରହ।
ଭାରାକ୍ରାନ୍ତ , ବ୍ୟଥାହତ
ମନ ନେଇ.....
ଅକ୍ଷର ଓ ଶଦ୍ଦ
ଯାହା ତୁମଠାରୁ
ଶିଖିଥିଲି... ଛାତି ରେ
ସାଇତି ରଖି
ଆଗକୁ ବଢି ଚାଲିଲି।।।
ଆଜିର ଏ ଅବେଳ ରେ
ବହୁତ ମନେ
ପଡୁଛ ନନା.....
ତୁମର ନିଃଷ୍ପାପ, ନିଃଷ୍ପ୍ରାଣ ଆଦ୍ର ସ୍ବର
ଆସୁନୁ ଟିକେ .....
ତତେ ଦେଖନ୍ତି।
ହାତ ଠାରି ଡାକୁଥିଲ
ସ୍ବାର୍ଥ ପର ହୋଇଗଲି
ଚିମୁଟାଏ ସୁଖ ରେ
ଭୁଲିଗଲି.....
ପିଲାବେଳ,
ମାଟି ଧୂଳି ଖେଳ।।।
ସାରା ଜୀବନ
ଅପେକ୍ଷା ରେ
ସମୟ ର ଶେଷ ବାଛିନେଲ
ଆମର ନିରୀହ ମିଥ୍ୟାଚାର
ତୁମେ ବୋଧେ
ଜାଣି ପାରିଲ !!!
ଶେଷ ରେ ଚୁପ ରହିଗଲ।।।
ସୂର୍ଯ୍ୟଙ୍କ ଦଗ୍ଧ ମାଟି ରେ
ନିଜ କୁ ରୋପି
ଦେବତା ଙ୍କ ଅଜଣା
ବୈକୁଣ୍ଠ କୁ
ଚିରକାଳ
ଚାଲି ଗଲ।।।।
ବୁଝିଲନି ଟିକେ
ବୋଉ ର ଦୁର୍ଦ୍ଦଶା ....
ଆଜି ସେ ଶିଶୂ
ସକାଳ, ସଂଜ,
ସ୍ମିତ ହସ ହସି
ବିନା ଶଦ୍ଦ ରେ
ରାଣୀ ପରି
ପାଖେ ପାଖେ ଥିଲା।।।।
ଆଶ୍ରାହୀନ କରିଦେଲ
ହଁ....ସତ କଥା
ମୁଁ ମାନୁଛି
ଭୁଲ କରିଛି
ତୁମେ ତ ଥିଲ
ଆମ ଶକ୍ତିର ଉତ୍ସ
ଶୂନ୍ଯ ନୀଳ ଆକାଶ ର
ସତେଜ ସକାଳ
ଅନ୍ଧାର ଫାଟକ ଖୋଲି
ସନ୍ତର୍ପଣେ କେମିତି ଚାଲିଗଲ?????
ଅପେକ୍ଷା କର ନନା
ଦେଖାହେଲେ କ୍ଷମା
ମାଗିନେବି.....
ଅସଂଖ୍ଯ ଅଛିଣ୍ଡା
ପ୍ରଶ୍ନ ରେ.....
ଅଭିଯୋଗ କରିବି
ସେମିତି ଶାନ୍ତ ସରଳ
ହସ ହସି
ଆଶୀର୍ବାଦ କରୁଥିବ
ଏ ଅଭାଗିନୀ ଝିଅ କୁ....
ତାର ତୃଷାର୍ତ୍ତ ଆତ୍ମା କୁ ।
😭😭😭😭😭😭
Comments
Post a Comment