6ବର୍ଷ ପରେ ବର୍ଷ ଆସିଥାଏ ରଜ
ଏମିିତି ଦିଗ୍ବଳୟ ଦୋହଲାଇ
ଅସରା ଅଜଣା ମେଘ ନେଇ
ଲୋକ ଲହଡି ର ସମୁ୍ଦ୍ର ବେଲା ରେ
ଶୁଭୁ ନାହିଁ ଆଉ ଗଜ ଡାକ।!!!
ଡାଳେ ଡାଳେ , ପତ୍ରେ ପତ୍ରେ
କଢ ଓ ଫୁଲ ରେ
ଝିପି ଝିପି ବର୍ଷା ର ଛନ୍ଦ ରେ
ସୁନ୍ଦର ପୃଥିବୀ ର ମହକ....
ଅବାସ୍ତବ ମଣିଷ ଅହେତୁକ ସ୍ବପ୍ନ ରେ
ଭୁଲି ଯାଇଚି ସେ
ବର ଓହଳ ,ଦୋଳି ଖେଳ....
କୁଆଁରୀ ମନର ହସ ହସ ଜହ୍ନ ଫୁଲ।
ସାଧବ ବୋହୁ ରୁପ ନେଇ
ନିକୁଟି ନିକୁଟି ନିଜକୁ ଦେଖୁଅଛି...
ଅନୁଭାବିକ ସ୍ବପ୍ନ ରେ
ପ୍ରଥମ ସ୍ପର୍ଶ ର ଆବେଗ
ଛଳ ଛଳ ଚଞ୍ଚଳ ଆଜି
ସବୁ ହଜି ଯାଇଚି....
ଆଶା ସବୁ ମରି ଯାଇଚି
ପାହାଡ ପଛରେ
କି ବା କୁହୁଡି ର ଆସ୍ତରଣ ତଳେ
ଚାଲିଚନ୍ତି ଧାଁ ଧଗଡ ଜୁଡୁ ସୁଡୁ
କୋହ କୋହ ଭସା ମେଘ ରେ ।
ହେ ଅମାୟିକ ମଣିଷ ଫେରିଆସ
ଉଦାସୀନ ଜୀବନ ମୃତ୍ୟୁରୁ....
ସେଇ ଅନ୍ତରଆତ୍ମା ନାମ ଯଜ୍ଞରୁ
ଛାଡି ଯାଇଥିବା
ପୁରାତନ ପରମ୍ପରା କୁ
ହୃଦୟ ମରୁରେ ଭରିଦେବା
ଚାଲ ଖିଲି ଖିଲି ହସ
ପାନ ପୋଡପିଠା ସହ
ରଜ ଉଲ୍ଲାସ......!
🌝🌝🌝🌝🌝🌝🌝
Comments
Post a Comment