କବିତା ଶେଷ ହେବା ପୂର୍ବରୁ .....
କୁଆଡେ ଆସିଛୁ
ମୃତ୍ୟୁ ?
ଆସିବୁ ଯଦି ଆସେ
କିନ୍ତୁ ନିଛାଟିଆ
ଖରାବେଳେ କି
ଅନ୍ଧକାର ରାତି ରେ ଆସିବୁନି .....
ତତେ "ମୋ ରାଣ"
ମୋର ତ ଅନେକ କାମ
ବାକି ଅଛି ।
ଏତେ ବ୍ୟସ୍ତତା କାହିଁକି?
ସୋହାଗ ରେ
ବାଟବଣା ହୋଇ
ଆଉ ପଶି ଆସିବୁନି
ଏଇନେ ତୋ ପାଇଁ
ସମୟ ନାହିଁ।
କବିତା ସରିବାକୁ ଆହୁରି ଅନେକ ସମୟ।ଅନ୍ଧାର ରେ ସେଠି ବସିଥା.....
କୋଳେଇ ନେବି
ଆ ଆ ବୋଲି ହାତ
ଠାରି ଡାକିବି.....
ତୋର ସେଇ ଚିରକାଳ ଅଝଟ ପଣ କୁ
ଚୁପଚାପ ଭି ସହିଯିବି।
ମିଛ କହୁନି ଏବେବି
ତତେ ବେଳେବେଳେ
ସ୍ବପ୍ନ ଦେଖେ
ତୋ ମାୟା ରେ ବାୟା ହୋଇଯାଏ ।
ଦୁର୍ବଳ ହାତରେଆପଣେଇ ବାକୁ ଚେଷ୍ଟାକରେ।
ତୁ କିନ୍ତୁ ମିଳେଇ ଯାଉ
ଆକୁଣ୍ଠିତ ମହକ ରେ.....
ଆଜି କେମିତି
ଅଜାଣତେ ପଶି ଆଶିଛୁ?
ଭୁଲ ବୁଝିବୁନି
ଆଜି ବହୁତ କାମ-------
ଆଖି ବୁଜି ଅନ୍ଧ ତପସ୍ୟାରେ ରତ।
ତୋ ଆକାଶସ୍ପର୍ଶୀ
ଆକ୍ଷି ରେ ଚମକ ବୁଝି ପାରୁଛି।
ଆଜି ମୁଁ କିନ୍ତୁ ପନ୍ଦ୍ମପତ୍ର
ଓଦା କରେନି , ଛୁଇଁ ପାରେନି
ଆବେଗ, ଯନ୍ତ୍ରଣା ଭୟ।
ହୃଦୟ ହୀନ ତ ମୁଁ ନୁହଁ
ତତେ ନିଶ୍ଚୟ ଆଦରି ନେବି.....
ନ ଥିବ ସେତେବେଳେ
ଫୁଟିବାର ସୁଖ
ନା ଥିବ ମୋହିବାର ଦୁଃଖ ......
ନା ଥିବ ଝରିବାର ସନ୍ତାପ।
Comments
Post a Comment