କାନ ଡେରି ଶୁଣିଲେ ଲାଗେ
ହଳଦିଆ ଲୁଗା ପିନ୍ଧି
ବୋଉ ଯେମିତି
ଗୁଣୁଗୁଣେଇ ଚାଲିଛି
କେତେ ଶ୍ଳୋକ
କେତେ ମନ୍ତ୍ର ।
ତାର ହୁଳହୁଳି
ଟନ୍ ଟନ୍ ଘଣ୍ଟି ଶବ୍ଦ
କର୍ପୁର , ଧୂପ,
ଘୃତବତି ଜାଳି
କହି ଚାଲିଛି
ମନର ବ୍ଯଥା
କେତେ ଯେ
ଅକୁହା କଥା।।।।।
ଝରଝର ହୋଇ
ଲୁହ ଟୋପା ସବୁ
ଭିଜେଇ ଦଉଛି।
ଥରିଲା ଥରିଲା
ଓଠ ରେ ତାର ।।।।
କେତେ ବ୍ରତ,
ଓଷା , ନିୟମ
ଖାଲି ମୋ ଘର ,
ମୋ ସଂସାର ,
ମାଟିମାୟା ଦଗ୍ଧ ଜାବତୀୟ
ଜଂଜାଳ ଭିତରେ ଖୋଜୁଥିଲା
ଫୁଲ ବର୍ତ୍ତି ଗଛଡାଳ
ତା ଅଭାବୀ ଜୀବନ ରେ
ସମର୍ପି ଦେବାକୁ ଏକ ସୁନ୍ଦର ନଅର।
ଅଠାକାଠି ଜୀବନ ରେ ,
ବୈଶାଖୀର ତୀବ୍ର
ଜ୍ବଳନ ରେ.....
ହାଡଭଙ୍ଗା ଶୀତର
ପ୍ରକୋପ ରେ.....
କେଜାଣି କୋଉ ଅଭାଗୀ ର
କଷ୍ଟ ଲାଘବ ପାଇଁ....
ପ୍ରଶମିତ ଶୀତଳ
ଚଂଦନ ହୋଇ
ତା କୋମଳ ପାଦକୁ କଣ୍ଟକିତ କରି
ବିନା ପ୍ରତିବାଦ ରେ....
ପାନ ଖିଆ ନାଲି ନାଲି
ଓଠ ରେ---
କହି ଉଠୁଥିଲା......
"ଜଗନ୍ନାଥ ହେ ସବୁ ମାଗୁ ଅଛି ତତେ"
କିନ୍ତୁ ତାର ହୃଦୟ ର ରତ୍ନବେଦି ରେ
ତା ସତ୍ଯ, ଶାନ୍ତି, ପ୍ରେମ, ସାଧନା ର
ଏ କି ପରିଣାମ ???
ଆଜି ସେ ଅସହାୟ
ପଞ୍ଜୁରୀ ବନ୍ଧା ଶୂକପକ୍ଷି
ଦୁଃଖ ର ବ୍ଯଥା ନିର୍ମାଖି
ଛାତି ରେ ଚାପି
ଛିଣ୍ଡା ଗୁଡି ପରି
ନୀରବ ଅଭିମାନ ରେ
ପରଖୁଛି ଛକିଶୂନ
ଜୀବନ ରେ
ଭାଗ୍ଯ ର ବିଡମ୍ବନା ।।
ଶ୍ରାବଣୀ ର ଝର ଝର
ଆକାଶ ଆଖି ରୁ
କାନ୍ଦ ହୋଇ ଝରି ପଡୁଛି
ମେଘ ର ଓଠ ରେ।।।।
ଅଭିପ୍ସା, ଅଭିଶାପ ର
ଅଭିଶପ୍ତ ମନରେ ......
ମୃଦୁ ମୃଦୁ ଝଡ ର
କମ୍ପନ ରେ
ରକ୍ତକ୍ଷରା ଦୁଃଖ ରାତି,
ବ୍ୟଥାତୁର ସମ୍ଭାବ୍ଯ ସକାଳ ରେ
ବଂଚିବାକୁ ହବ ତାକୁ
ଅଦୃଶ୍ଯ ଆୟତ ଜୀବନ
ତାର କ୍ଳାନ୍ତ,
ଉଦାସୀନ ଚାହଁଣି
ଚୂନାଚୂନା ହୋଇଥିବା
ଆଶା ବିଶ୍ବାସ ର ଡୋର
ବାରମ୍ବାର ଝଂକୃତ କରୁଛି
ୟେ କଣ ଭାଗ୍ଯ ର ନିୟତି,
ନା ଜୀବନର
ଛନ୍ଦମୟ ଗୀତି,
ନା ଅତୁଟ
ତପସ୍ୟାର ତାର
"ଶେଷ ପରିଣତି" ???
🌻🌻🌻🌻🌻🌻
Comments
Post a Comment