ତୋ ସହ ଦେଖା
2004 ଡେରାଡୁନ
ସେଇ ସ୍କୁଲ ପ୍ରାଙ୍ଗଣ
ପିଲାଙ୍କ ଆଡମିସନ
ଆମର ପ୍ରଥମ ସାକ୍ଷାତ ।🌹
ତୁ ଥିଲୁ ନୂଆ,ମୁଁ ଭି .....
ତୋର ଚିକି ମିକି ତାରା ପରି
ହସ ହସ ମୁଁହ
ଛୁଇଁ ଥିଲା ମୋ ମନ କୁ
ଗଢି ଉଠିଲା ଆମ ବନ୍ଧୁତ୍ବ।🌹
ଲାଗି ରହିଲା କେତେ .....
ଯିବା ଆସିବା
ଖୁସି ଗପ ଖିଆ ପିଆ
ଫିଲ୍ମ ଦେଖା 🌹
ସମୟ ଗତି କଲ୍ଲୋଳ ରେ
ଓଠ ରେ ହସ ଟଙ୍ଗେଇ.....
ଗୁଣୁ ଗୁଣୁ ଗୀତ ଗାଇ....
ବଢେଇ ଦେଇ ଥିଲୁ...
ସୁଖ ମନ ର ନଟେଇ।🌹
ଆଜି ଦୂର ଅନ୍ତରାଳେ
ସମୟ ର ଧୂସର ବାଲି ରେ
ଆଙ୍କି ହୋଇ ଯାଏ ଅଗଣିତ
ସ୍ମୃତି ପାଦ ଚିହ୍ନ 🌹
ବିଚ୍ଛେଦ ର ଘନଘୋର
ଅମାନିଶା ଅନ୍ଧାର ପରେ
ମିଳାନ୍ତ ସକାଳ ର
ସୁକୁମାରୀ ଆଶା ଜାଗି ଅଛି ଏଇ
ଆମ ଦିଲ୍ଲୀ ରହଣି ରେ🌹
ତୋର ବନ୍ଧୁ ଗପ,,
ଚେନାଏ ହସ,,
ମାୟା ମୁରୁଜରେ ସାକ୍ଷି.....
କେବଳ ସେହି ସୂର୍ଯ୍ୟ🌹
ସବୁଠାରେ ସମସ୍ତଙ୍କ
ସହ ଫେଣ୍ଟି ହୋଇ ଯିବା
କଳା ଠିକ୍ ଜଣା....
ଅମାୟିକ ସ୍ନେହ
ସାହାଯ୍ଯ ମନ, କୃତଜ୍ଞତା
ଝଲସୁ ଥାଏ ଚମକିଲା ଚମକିଲା
ଆଖି ରେ ତୋର।।।।🌹
ସ୍ନେହ ଆଉ ଶ୍ରଦ୍ଧା ବାଣ୍ଟି
ମାୟା ମୋହ ସ୍ବପ୍ନ ର
ଆବେଗ ନେଇ,,,,
ପୁନେଇ ଜହ୍ନ ର
ଚନ୍ଦ୍ର ପରି,,,,,
ଏମିତି ଝଲସୁ ଥାଉ
ତୋ ଓଠ ରେ
ଲକ୍ଷେ ଫଗୁଣର ହସ।🌹
ଫୁଲ ଚାଙ୍ଗୁଡି ର
ରଙ୍ଗବେରଙ୍ଗ ଫୁଲରେ
ତାର ମହ ମହ ବାସନାରେ,,,,
ଅନ୍ତର୍ହିତ ଶୀତ ର ସ୍ବପ୍ନ ରେ,,,,
ତୋ ସଂଜ ସକାଳ ରେ,,,,
ବସନ୍ତ ର ଗୀତ
ଗାଇ ଗାଇ,,,
ବହି ଯାଉଥା ଏମିତି......
ସୁନ୍ଦର ଚଳ ଚଞ୍ଚଳ
ନଦୀ ଟିଏ ହୋଇ ।।
🌹🌹🌹🌹🌹🌹
Comments
Post a Comment