ଭାଙ୍ଗିଯାଇଛି ଆଜି
ସ୍ନେହ ମମତାର ଡାଳ
ପିଲାଦିନ ଖେଳ
ଭାଇଭଉଣୀ କନ୍ଦଳ ।
ରକ୍ଷାବନ୍ଧନ ହୋଇଛି ଆଜି
ପ୍ରହସନ ସଂଭାର
ଫୁଲତୋଡା ,ଉପହାର
ଚକୋଲେଟ , ମିଠା
ଖୋଜୁଛି ପରିଚୟ ପିଲାଦିନର ।
ତୁ ତୁ ମେ ମେ
ରାମ୍ପୁଡା କାମୁଡା
କେତେ ଝଗଡା ଚାପଡା
ଜଣଙ୍କ ଉପରେ ବେତମାଡ....
ଅନ୍ଯ ମୁହଁ ରେ
ଖିଲି ଖିଲି ହସର ଝଂକାର।
ଦାନ୍ତ ରଗଡା
ବଡ ବଡ ଆଖି
ଚିଡିବା ଚିଡେଇବା
ଲାଗୁଥିଲା ସବୁ ଆପଣାର।
ସୁଝିବା ସୁଝେଇବାର ପ୍ରତ୍ୟାଶା....
ସ୍ନେହ ପ୍ରେମ ଡୋର ରେ ଥିଲା ଇନ୍ଦ୍ରଧନୁ
ସପ୍ତ ରଙ୍ଗର।।
ଆଜି ସମସ୍ତେ ଭିନ୍ନ
ଏକ ମଣିଷ....
ସମୟ ଋତୁ ଚକ୍ର ରେ
ଭଲ ପାଇବା ହେଲା
ଦିଆନିଆ ବ୍ୟାପାର।
ଜଂଜାଳ ରେ ନିଜେ ନିଜକୁ ରୋପି
ଲେଖୁଛନ୍ତି ଇତିହାସ
ନିଜ ଜୀବନ ଗାଥାର।
ବୀଜରୁ ଅଙ୍କୁରିତ
ମହତାର ବିରାଜି ବିଷଫଳ
ସେଇ ବିଶ୍ବାସ ର ବୀଜ
ଆଜି ଟଳମଳ
ଭାଇ ଭଉଣୀର।।
ଗୋଟେ ନାଡୀ ରୁ ଜନ୍ମ
ଦୁଇ ଆତ୍ମାର ମହକ
ନିଜ ନିଜ ଆଶା ର ଚାକର
ଛନ୍ଦା ବନ୍ଧା ବୁଢିଆଣୀ ଜାଲର।
ନାନ୍ଦକିକ ସ୍ବପ୍ନ ରେ
ସହସ୍ର ସୂର୍ଯ୍ୟ ର ସ୍ପର୍ଶରେ
ମୋହମାୟା ଦର୍ପଣ ରେ
ଭୁଲି ଯାଇଛି
ଭାଇ ଭଉଣୀ
ସଂପର୍କ ର ଡୋର
ତାର ପିଲାଦିନ ବାଲିଘର।।।।।
☘☘☘☘☘☘
Comments
Post a Comment