ସେଇ ଭଙ୍ଗା ମନ୍ଦିର
ଅମାନିଆ ଖରା
କାକର ଝରା
ଚଢେଇ ର
ଚିକିରି ମିକିରି ଶବ୍ଦ....
ଜହ୍ନ ରାତି, ତାର ଚେନାଏ ହସ ,
ଆଙ୍କି ହୋଇଯାଏ
ଭସା ମେଘ ତଳେ
ସେମିତି ନିଃଶବ୍ଦ
ସେ ଭଙ୍ଗା ମନ୍ଦିର ।
ନୀରବ ସାକ୍ଷି ସେ
ସବୁ ପାପ ପୁଣ୍ୟର !!!
ଦୂର ରୁ ଧିମି ଧିମି
ବଇଁଶି ସ୍ବର
ଗାଇଆଢ ପିଲା
ତା ବାହୁଡା ବେଳ
ଅଚାନକ ଅଦୃଶ୍ଯ
ହୋଇଯାଇଛି.....
ଘର, ନଈ, ଜଙ୍ଗଲ,
ବିଲ, ବଣ,ପାହାଡ ।
ମନ୍ଦିର ପଛପଟ
ଗୋଟେ ଖସ ଖସ ଶବ୍ଦ
ଚିକିମିକି ତାରା ଫୁଲ
ଝରି ପଡୁଛି
ନିଛାଟିଆ ଅନ୍ଧାର ରେ.....
କିଏ ଜଣେ ବସିଛି
ଦୂରନ୍ତ ଖିଆଲ ରେ.....
ଗୀତ ସ୍ବପ୍ନ ରେ ବିଭୋର
ତାର ଉଦାସୀନ ଶୂନ୍ଯତା
ଏକଲାପଣ.......
ସାହା ସେହି
ଭଙ୍ଗା ମନ୍ଦିର ।।।।।
ଦୁର୍ବଳ ହାତ ବଢାଏ
ପବନ କୁ, ଆକାଶ କୁ
ଅପାସୋରା ପାଣି ର
ସ୍ବପ୍ନିଳ ସ୍ନେହ କୁ।।।।
କାକୁସ୍ଥ ଭାବନାରେ
ଜୁଡୁ ସୁଡୁ ହୋଇ
ବିଷାଦ ର ରୂପ ଖୋଜି
ଶବ୍ଦ ଯୋଡି ରଚୁଛି
ଏକ ଇତିହାସ ।।।
ଅନ୍ଧାର ଗୋଟା ବାନ୍ଧେ
ଗହୀର ରୁ
ଆହୁରି ଗହୀର.....
ଲୁହ, ଦୀର୍ଘଶ୍ବାସ,
ସ୍ଵପ୍ନ ହୁଏ ଏକାକାର।
ଅର୍ଦ୍ଧ ବୟସ୍କ ବୁଢା
ସ୍ମୃତିରେ ଜହ୍ନ
ଆଲୁଅ ରେ,
ଆଶା ଆଶ୍ବାସନା
ମିଛ ସାନ୍ତ୍ବନା ରେ .....
ମୁହଁ ରୁ ମୁଖା କାଢି
ଆତ୍ମାର ଧୁଳି ଝାଡି
କରୁଛି ଆଜି ପ୍ରାୟଶ୍ଚିତ
ତାର ସେହି
ଅମାପ ସ୍ନେହ,
ଦରଦି ମନ
ସନ୍ଦିଗ୍ଧ ଘାସ ରେ
ଛନ୍ଦି ହୋଇ ଯାଇଛି।।।।
ଅହଂଭାବ, ଈର୍ଷାତୁର
ପ୍ରଲୋଭି ମନ
ସମୟ କୁ ମୁହୂର୍ତ୍ତ
ଜାଲ ରେ ଫଶି ମନ୍ଥୁ ଥିଲା
ଶତାଦ୍ଦୀ ଆଉ ଶତାବ୍ଦୀ।।।।।
ହସି ଉଠୁଥିଲା.....
ଆଜି ସେ ଅପରାଜୟ
କିଣି ନେଇଛି ଭାଗ୍ଯ କୁ
ସମୟ ସହ।
କିନ୍ତୁ କେତେ ଦିନ???
ଆଜି ଅତୀତ କାହାଣୀ,
ମାଟିର ସଂଗୀତ
ପୋତି ହୋଇ ଯାଇଛି
ସମୁଦ୍ର ଗର୍ଭରେ.......
ନୀଳ ବିଷ ରେ ଜର ଜର
ତୀକ୍ଷ୍ଣ ପ୍ରାଚୀନ ଛୁରି.....
ଲେଖିଥିଲା ରକ୍ତ ନଦୀ
ସ୍ବାର୍ଥ ର ଅନଳ ରେ
ଖୋଜୁଥିଲା ମୋହ
ପରିବାର ସୁଖ ପାଇଁ
ସାଜିଥିଲା ଦସ୍ୟୁ ରତ୍ନାକର।।।।।।
ତାର ଅନ୍ତର୍ଦାହ କଳଙ୍କିତ
ପଙ୍କିଳ ପାପୁଲି
ପାପ ର କଟାକ୍ଷ ନିୟତିରେ ଆଜି
ଭାରି ଭାରି ଲାଗୁଛି
ଭୁଲ ବୁଝିବା ପୂର୍ବରୁ
ସବୁ ସରି ଯାଇଛି......
ଆତ୍ମୀୟତା ରେ
ବନ୍ଧା ସ୍ମୃତି ଆଜି
ଛିଣ୍ଡି ଯାଇଛି ଏକ
ପବନ ଝୋଙ୍କା ରେ,,,,
ଦାୟୀ କ'ଣ ସେ ନିଜେ????
କଣ ସେ କେବଳ ନିଜେ????
ଅଂତର ରୁ କିଏ
ଜଣେ କହୁଛି......
କ'ଣ ପାଇଲୁ
ସୁନା ହରୀଣ ପଛେ
ଧାଇଁବାର ସୁଖ !!!!
ଭାଗୀଦାରି ତୁ
କେବଳ ନିଜେ
ଜଳି ଜଳି ମରୁଥିଲୁ
ଆଜି ତୁ ଏକୁଟିଆ
ସାଥୀ କେବଳ ତୋ...
ଛାଇ ,ଏ ଭଙ୍ଗାମନ୍ଦିର।।।
ଲୁଚି ଛପି ବସି ଥା.....
ଜୀବନ ସୁତ୍ର
ମାନ ଅଭିମାନ
ପଛକୁ ଫିଙ୍ଗି.....
କରୁଥା ବସି ....
ଶେଷ ତର୍ପଣ ।।।।।
🍁🍁🍁🍁🍁🍁
(ମିନାକ୍ଷୀ ଦ୍ବିବେଦୀ)
Comments
Post a Comment