ହେ ସୂର୍ଯ୍ୟ ଦେବ !!!!!!
ଅନ୍ଧାର କଣ ଜାଣ???
ତୁମକୁ ଦେଖି.....
ସେ ଚିରଚିର କରି
ଛତ୍ରଭଙ୍ଗ ଦିଏ।
ତାର ଶାନ୍ତ, ସରଳ, ଶୈଶବ ମନ,
ତୁମ କ୍ଷୁଧା ରେ....
ମର୍ମାହତ ହୋଇଯାଏ।
ତୁମ ଅକ୍ଷୌହିଣୀ ସେନାନୀ
କାବୁକରି ନିଏ
ଅନ୍ଧକାର କୁ।
ତୁମ ଚିତ୍ର ପଟ୍ଟ ବିଶ୍ବରୂପ
ଜ୍ବାଳା ଅନ୍ଧ ଭବିଷ୍ୟତ
ଆ ... ଆ ଡାକୁଥାଏ......
ତୁମ ପ୍ରେମ ଫଗୁଣ ର ଘୁଂଘୁର ବାନ୍ଧି
ବାହାରି ପଡନ୍ତି ସବୁ
ତାଙ୍କ କର୍ମ କ୍ଷେତ୍ର ....
ତାଙ୍କ କୁରୁକ୍ଷେତ୍ର ।।।
ତୁମ ଅବ୍ୟକ୍ତ ,
ନିର୍ମଳ ଯନ୍ତ୍ରଣା ଶେଷେ
ଅସହ୍ଯ ଲାଗେ....
ଶାନ୍ତି ପାଇଁ ସାଉଁଟି
ନିଅନ୍ତି ପୁଣି ସେହି
ନିରାମୟ ସବୁଜ
ଅନ୍ଧକାର କୁ।
ସୁନ୍ଦର ଚାନ୍ଦିନୀ ରାତି
ଜ୍ୟୋତ୍ସ୍ନା ମଳୟ ତାର
କୁହୁ କୁହୁ ତାନ
ତୁମ ନିର୍ଲିପ୍ତ ଶୋଷଣ ରୁ
ମୁକ୍ତି ମାଗି ହଜିଯାନ୍ତି
ନିଜ ନିଜ ଆଇନା ରେ।।।।
ଗୁପ୍ତ ନିଶା, ଆକ୍ଷିର
ମୁଗ୍ଧ ଭାଷାରେ.....
ପାଉଥାନ୍ତି ରାତ୍ରିର
ନୀରବ ରସ ।।
କଅଁଳିଆ ଶିଶୁପରି
ହୃଦୟର ଅମଳିନ
ଦୀପ ଜାଳି.....
ସମୁଦ୍ର ର ଅନ୍ଧାରୁଆ
ଶୀତଳ ପାଣି ରେ......
ଶଦ୍ଦ ମୁଦ୍ରାର
ନୀରବ ସ୍ନେହ ରେ......
ଘର ଫେରା
ଚଢେଇ ସାଜି ସ୍ବପ୍ନ ର
ଜାଲ ବୁଣୁଥାନ୍ତି ।।।।
ନା ଜନ୍ମ ର
ନା ମୃତ୍ୟୁ ର
ନା ପ୍ରେମ ର
ନା ବୈରାଗ ର
ନା ମିଳନ ର
ନା ବିଚ୍ଛେଦ ର
ଭାଷା ଶେଷେ
ହୋଇଯାଏ ଏକାକାର।।।
ହେ ଅମାୟିକ ସୂର୍ଯ୍ୟ !!!
ଅମୃତର
ସଂଜୀବନୀ ଢାଳି
ଦବ ଯଦି ସପ୍ତରଂଗ ର
ଇନ୍ଦ୍ରଧନୁ ,
ତୁମ ନାଭିପଦ୍ମ ରେ
ଫୁଲ ହୋଇ ଫୁଟିବାର
କୌଶଳ ......
ମୋ ରିକ୍ତ ମନରେ ଯଦି
ଭରିଦେବ ପ୍ରଶାନ୍ତି ର ଢେଉ।।।
ଚାହିଁବିନି ଆଉ ପଛକୁ
ମୁକ୍ତିର ଶୃଙ୍ଖଳ ଖୋଲି
ତୃପ୍ତି ର ଶ୍ରୀଙ୍ଗାର କରି
ଚାଲି ଆସିବି ତୁମ
ଆନିନ୍ଦ୍ୟ କୋଳକୁ
ତୁମ ଅନ୍ତିମ
ଆଶ୍ରୟ ସ୍ଥଳ କୁ ।।।।।।
🌻🌻🌻🌻🌻🌻
(ମିନାକ୍ଷୀ ଦ୍ବିବେଦୀ)
Comments
Post a Comment