ଥାଉ ଥାଉ ଶୋଇଥାଉ
ସେ କଅଁଳ ଭିକାରୀ ପିଲା
କେତେ ଅନିନ୍ଦ୍ଯ ,
ଅଚିନ୍ତା ନିଦ୍ରା ......
ଟହ ଟହ ଖରା ଭି
ଓହରି ଯାଉଛି ,
ଶଙ୍ଖ ମଲମଲ ବିସ୍ତର
ଆଜି ଘାସର ବିଛଣା।
ବୁଢା ଙ୍କ ପାଇଁ
ଉତ୍ସର୍ଗ ଜୀବନ ରେ
ଶାନ୍ତି ରେ ଟିକେ
ଶୋଇ ନଥିଲା....
ଓଃ ....କି ଶାନ୍ତି......!!!
ଆଜି ଶୁଭୁ ନାହିଁ କାହାର
ଦୂର୍ ଦୂର୍ ଭାକ ଭାକ
କି ସୂର୍ଯ୍ୟ ଙ୍କ ବିଟପ ହସ ।
ଆଉ ଟିକେ ଶାନ୍ତି ରେ
ଶୋଇବାକୁ ଦିଅ...
କେଁ କେଁ ମ୍ୟୁନିସିପାଲଟି ଗାଡି!!!!
ଉଠାଇ ନିଅନା ଅଳିଆ
ଗଦା ପରି କୋଉ
ଅପନ୍ତରା ଯାଗା କୁ।।।।
ବଂଚିଥିଲା ବେଳେ
ଭୁଲିଯାଇ ଥିଲା ସ୍ବପ୍ନ....
ତାର ଅସ୍ତିତ୍ବ ।
ଏବେ ପରୀ ରାଇଜ ରେ
ମେନକା , ଉର୍ବଶୀ ଙ୍କ ସହ
ଖେଳୁଛି ଲୁଚକାଳି ଖେଳ।
ସ୍ନେହ ର ମର୍ମ ବୁଝି ପାରିଛି....
ଆଜି କେତେ ହସ
କେତେ ଯେ ଆନନ୍ଦ !!!!
ଆଖି ଖୋଲିବ ବା କାହିଁକି???
ଖୋଲିଲେ ତ ସେଇ
ବିଭୀଷିକା, ବ୍ଯଭିଚାର
ବିଦ୍ରୁପ, ଭ୍ରଷ୍ଟାଚାର
ଆଜି ସେ ବହୁତ ଖୁସି....
ଟିକିଏ ନିଃଶ୍ବାସ ରେ
ଭୁଲିଯାଇଛି ....
ତା କୁନି ଜୀବନ ଯାତ୍ରାର
ଯେତେ କ୍ଳାନ୍ତି,
ଯେତେ ଅବସାଦ
ଅବଶୋଷ ଆଉ ଅପବାଦ ।।।।।
🍂🍂🍂🍂🍂🍂
ମିନାକ୍ଷୀ ଦ୍ବିବେଦୀ
Comments
Post a Comment