ସାରା ଜୀବନ ଶଦ୍ଦ କୁ ନେଇ
ଖେଳି ଚାଲିଛି
ଶବ୍ଦ ର ଉହାଡ ରେ
ଖୋଜୁଛି ଆପଣାତ୍ବ।
ତଥାପି ଡର ଲାଗେ
ଶବ୍ଦ ଗୁନ୍ଥୁ ଗୁନ୍ଥୁ କାଳେ
ହରାଇବି ଭାରସାମ୍ଯ ...
ଇଛା ହୁଏ ଡେଣାମେଲି
ଉଡିଯାନ୍ତି ....
ଛୁଇଁ ଆସନ୍ତି ତାରାଫୁଲ
ପାଖୁଡା କୁ।
କୋଉଠି ଯାଦୁ
ଟିକେ ପାଏନି.....
ମୁକ୍ତ ଆଶ୍ବାସନା କୋଉଠି ଭି ମିଳେନି,
ଏମିତି ବର୍ଷ ବର୍ଷ ବିତିଯାଏ
ଅକ୍ଷର ଭାଷା ଗଢିବାକୁ......
ଶଦ୍ଦ ସବୁ ଦେଖେ
ସବୁ ଶୁଣେ ,
ଅନୁଭବ କରେ,
ଭିତରେ ବାହାରେ ।
ଜଣା ଅଜଣା ମଣିଷ ମେଳରେ
ଶବ୍ଦ ର ସଂଙ୍ଗ୍ଯା ହଜିଯାଏ
ଧିରେ ଧିରେ ମଉଳି ଯାଏ
ଗଙ୍ଗ ଶିଉଳି ଫୁଲ ପରି
ଝରିପଡେ ନିଜ ସ୍ମୃତିରେ
ଭାରି ଭାରି ମନ ନେଇ।।
ଶବ୍ଦ ଫୁଟେ, ଝରେ ପୁଣି ମରେ
ତଥାପି ଖୋଜିବୁଲେ ତାକୁ
ନିରୋଳା ଅନ୍ଧାର ରେ....
ସଂନ୍ଧ୍ଯା ର ଆକାଶ ରେ...
ଭିଜା ଭିଜା କାକର ର...
ଶିଥିଳତା ରେ ।।।।
କବିତା ଲେଖା
ଯଦି ସରିଯାଆନ୍ତା.....
ବୁଝେଇ ପାରନ୍ତି ଯଦି
ଦୁଃଖ ସୁଖ ଆନନ୍ଦ ବିଷାଦ ....
ଫୁଲ କଳି ର ଆହ୍ଵାନ
ତାର ବଂଚିବାର ସ୍ବପ୍ନ ....
କାଦୁଅ ରେ ଗୋଡ ଦେଇ
ପଦ୍ମ ଫୁଲ ର ଏନ୍ତୁଡିଶାଳା ରେ
ଜିଇଁବାର ପିପାସା.....
ଅନ୍ଧାରି ଗୁହା ରେ
କ୍ଷୀଣ ଦୀପ ଟିଏ ହୋଇ
ଜଳିବାର ପ୍ରତିଶୃତି.....
ଏଇ ଅଜଣା ଶବ୍ଦ ର ମେଳରେ
ଆଶ୍ବସ୍ତିର ଦୀର୍ଘ
ନିଃଶ୍ବାସ ରେ
ଭୁଲି ଯାନ୍ତି ବାକି ସବୁ ଦୁଃଖ କ୍ଲେଶ
ସବୁ ଅଭିଯୋଗ ।
ଥୁରୁ ଥୁରୁ ମୋ ଆତ୍ମା ପାଇଁ
ଛୋଟ ଯାଗାଟିଏ
ପାଇ ଯାଆନ୍ତି .....
ତୁମର ଆଖିର ସ୍ବଚ୍ଛ ଆଲୋକ ରେ.....
ତୁମର ଶୀତଳ ସ୍ପର୍ଶ ରେ..
ତୁମର ଅସ୍ତିତ୍ବ ରେ.....
ତୁମର ଅପାସୋରା
ନୀଳ ଉଆସ ରେ.... .
💃🏼💃🏼💃🏼💃🏼💃🏼ମିନାକ୍ଷୀ ଦ୍ବିବେଦୀ
Comments
Post a Comment