ସେ ସୃଷ୍ଟିକର୍ତ୍ତା
ଜଗତ ଜନନୀ
ମାତା,ଜାୟା,
ଦୁହିତା,ଭଗିନୀ।
ଜଳି ଜଳୁଥାଏ ତା
ହୃଦୟ ଅନ୍ତର
ଦେବାକୁ ସବୁଜ
ବସନ୍ତ ସକାଳ ।
ସହିଯାଏ କେତେ
ଖରା ବର୍ଷା ଓ ବତାସ
ଭରିଦିଏ ମହକ ପବନ
ହର୍ଷ ଓ ଉଲ୍ଲାସ ।
କେବେ ସାଜେ ଦୁର୍ଗା
କେବେ ତିଳୋତ୍ତମା
ପାପ କରେ ଖଣ୍ଡ
ମାତା ସେ ଅନୁପମା ।।
ସେ ସର୍ବ ସଂହା
ସେ ପୂଣ୍ଯତୋୟା
ସେ ହିଁ ଯେ "ନାରୀ"
ଚିର ବନ୍ଦନୀୟା।।
🙏🏻🙏🏻🙏🏻🙏🏻🙏🏻
ମିନାକ୍ଷୀ ଦ୍ବିବେଦୀ
Comments
Post a Comment