ତୁମେ ମତେ ଭଲ ପାଅ ବା ଘୄଣା କର
ମୁଁ ନଦୀ ହୋଇ ବହୁଥିବି।🌹
ତୁମେ ମତେ ଚାହଁ ବା ଦୁରେଇ ଦିଅ
ତୁମର ଛାଇ ହୋଇ ରହିଥିବି।🌹
ତୁମେ ମତେ ମନେ ପକାଅ ବା ଭୁଲିଯାଅ
ତୁମକୁ ହୃଦୟରେ ସାଇତି ଥିବି।🌹
ତୁମେ ମତେ ପ୍ରଶଂସା କର ବା ନିନ୍ଦାକର
ତୁମ ଚରଣ ରେ ଦାସୀ ଥିବି।🌹
ତୁମେ ମତେ ବାଂଚ୍ଛିତ କର ବା ଲାଂଚ୍ଛିତ କର
ନିଜକୁ ଡୁମ ପାଖେ ସମର୍ପି ଦେବି।🌹
ଯାହା ଭି କର ମୋର କିଛି ଫରକ ନାହିଁ
ସୂର୍ଯ୍ୟ,ଚନ୍ଦ୍ର,ତାରା ଙ୍କ ପରି
ତୁମ ପାଖେ ଚମକୁ ଥିବି।🌹
ନିଜେ ଜଳି ଜଳି ଭସ୍ମ ହେବି ତଥାପି
ତୁମରି ଅନ୍ଧାରି ଗହ୍ବରେ
ଆଲୋକ ଦେବି🌹
ମୋ ଆଶା ଆକାଂକ୍ଷା ପଛକୁ ରଖି
ତୁମର ଚଲାବାଟେ
ଫୁଲ ହୋଇ ବିଂଛି ଯିବି।🌹
ସାରା ଜୀବନ ତୁମକୁ ଭଲପାଇ
ମୋ ନିର୍ବାକ ଆତ୍ମା ପାଖରେ
ଶେଷେ ମୋକ୍ଷ ପାଇଯିବି ।।।।
( ମିନାକ୍ଷୀ)
🌹🌹🌹🌹🌹🌹
Comments
Post a Comment