ଅଚାନକ ଗୋଟେ ଛାଇ
ନିରୋଳା ରେ କିଛି
କହିଗଲା
କାହିଁକି କେଜାଣି ମନଟା
ହାଲକା ହୋଇଗଲା
ଆଖିଖୋଲି ଚାହିଁଦେଲି
ଶୂନ୍ଯ ଆକାଶ ର ଚେନାଏ ହସ
ବହୁତ ସାନ୍ତ୍ବନା ଦେଲା ।
ମୋ ମନ ଭିତରୁ କିଏ
ଫୁସ ଫୁସ କହୁଥିଲା
ନୀଳନଦୀ ତା ଓଦା ଓଦା ଗୋଲାପି ଓଠ ରେ ଡାକୁ ଥିଲା....
ହଠାତ୍ ଜୀବନ ଟା ରଂଗୀନ ହୋଇଗଲା
ଆଜି ମୋ ଭିତରେ କେଜାଣି
ଏକ ଆନନ୍ଦ ଅବୁଝା କୋହ
ସବୁ ସ୍ବପ୍ନ ବାସ୍ତବତା ରେ
ପରିଣତ ହେଲା
ସଂଜୁଆ ରାତିତାରା
ଏକ ଖୁସି ର ଝଂକାର ତୋଳିଲା
ଅଫେକ୍ଷା ରତ ମୃଗତୃଷ୍ଣା
ଯୁଗ ଯୁଗ ତପସ୍ୟା ରେ
ଉଷୁନା ଧାନ ଗଜା ପରି
ସାକାର ହୋଇ
ନୂଆ ଏକ ଜନ୍ମ ନେଲା
🌈🌈🌈🌈🌈🌈 (ମିନାକ୍ଷୀ)
Comments
Post a Comment