ଦୁନିଆ ଟା ଅଟେ ଦି ଦିନ ପରା.....
କର ନାହିଁ ଅଭିମାନ,
କଅଣ ମିଳିବ ଏହି ଜଗତରୁ.....
ଦେଖିଲେ ଖାଲି ସପନ ।
ଆସିଅଛେ ଏକା ଜିବା
ଆମେ ଏକା
ମୋର ମୋର କାହିଁ ହେଉ....
ଯିଏ ଯାହା କର୍ମେ
ଚାଲିବେ ଚାଲନ୍ତୁ
ଡରି ଡରି କାହିଁ ମରୁଥାଉ।
ସଂପର୍କ ର ଡୋର
ଆଜିହେଲା ମ୍ଳାନ
ନିଜ ରକ୍ତ ହେଲା ପର,
ଭାବି ପାରୁନୁ କି ଏ ଜୀବନ ଗୀତି
ସଭିଙ୍କୁ ଭାବୁ ନିଜର ।
ନିଜ ନିଜ ବାଟେ ଉଡିବେ ସମସ୍ତେ
ଦିଶିବୁ ତୁ ତଳୁ କ୍ଷୀଣ .....
ପଛେ ଗୋଡାଇଲେ କିବା ଯେ ମିଳିବ
ଉତ୍ସର୍ଗ କରି ତୋ ଜୀବନ।।
ଟଙ୍କା ବିଛଣା ରେ ଯେ
ଥରେ ଶୋଇଛି
ତାକୁ କି ପାରିବ ଉଠାଇ...
ଭାଇ ଭାଇ ମଧ୍ଯେ ହୁଏ ଯେ ଲଢାଇ
ମା କୋଳ ଭୁଲିଯାଇ ।।।
ପ୍ରଭୁ ପାଦ ଖାଲି ସୁମରଣ କରି
ବିତାଇ ଦେ ତୋ ଜୀବନ
ତୋ ପୁଣ୍ୟ ବଳେ ପାପ ହେବ କ୍ଷୟ
ଖୁସି ରୁହନ୍ତୁ ବଂଧୁଜନ।।।
Comments
Post a Comment