Gପୁଅ America ଯିବ।
ସେଠି ସେ ଗୋଟେ ଭଲ ଚାକିରୀ ପାଇଛି।
ତାର ପାଠ ପଢା line ରେ ତାର ସେଇଟା best future.
ଆମେ ବାପା ବୋଉ ବହୁତ ଖୁସି ।
ଯାହାହେଉ ଭଗବାନ ଏତେଦିନ ପରେ ମୋ ଡାକ ଶୁଣିଲେ ।
ଯିଏ ଶୁଣିଲା ବହୁତ ତାରିଫ କଲା।
କ'ଣ ଆଉ ଚିନ୍ତା ତୁମର।
ପୁଅ America ରେ ଚାକିରୀ କଲା।
ଆଉ ଝିଅ Mumbai ରେ ଭଲ ଚାକିରୀ କରୁଛି ।
ତୁମେ ଦୁଇଜଣ ତ ଏବେ ପୂରା free।
ଆଉ କଣ ଦରକାର ??
ମୁଁ ଭି ମନେ ମନେ ବହୁତ ଖୁସି ହେଉଥାଏ ।
ଗର୍ବ ରେ ମୋ ମନ କୁଣ୍ଢେମୋଟ ହେଇ ଯାଉଥାଏ ।
ମନେ ମନେ ଭାବେ ହଁ ସତ କଥା ।
ପିଲାଙ୍କ ଖୁସି ରେ ହିଁ ଆମ ଖୁସି ।
ସେମାନେ ଯୋଉଠି ଭି ରୁହନ୍ତୁ ଖୁସି ରେ ରୁହନ୍ତୁ, ଶାନ୍ତି ରେ ରୁହନ୍ତୁ ।
ଯୋଉମାନେ ପ୍ରଶଂସା କରୁଛନ୍ତି....ମଝିରେ ମଝିରେ ମିଶେଇ ଗୋଳେଇ ଭି କହୁଛନ୍ତି ....
ପୁଅ ଏତେ ଦୂର କୁ ଗଲା -
ଆଉ କଣ India ଚାହିଁଲେ ବାରମ୍ବାର ଆସି ପାରିବ?
କୋଉ ବର୍ଷ କେ ଥରେ ଯାହା ଆସିବ।
ତୁମେଭାନେ ଭି ତା ପାଖକୁ କେତେଥର ବା ଯାଇପାରିବ?
ଗୋଟେ ବୋଲି ପୁଅ ପାଖରେ କି ଆମ India ରେ ଚାକରୀ କରି ଥିଲେ ଭଲ ହେଇଥାନ୍ତା।
ବାର୍ଦ୍ଧକ୍ଯ ସମୟ ରେ ସାହା ହୋଇ ପାରନ୍ତା।
ବୁଢାବୁଢି ସମୟ ରେ ଝଟ କରି ଆସି ପାରନ୍ତା
କାହିଁ କେତେ ଦୂର ରେ ସାତ ସମୁଦ୍ର ପାରି ରେ
ଯାଇ ରହିବ ।
ନୂଆ ନୂଆ ସବୁ ଠିକ୍ ଲାଗିବ। ତାପରେ ସବୁ ଧୀରେ ଧୀରେ କମିଯିବ।
ଏମିତିକି ସେଠା ଚାକଚକ୍ଯ ରେ ସ୍ଥାୟୀ ବାସିନ୍ତା ହୋଇଯିବେ ।
ମୁଁ ସବୁ ଶୁଣିଲା ପରେ ମତେ ଟିକେ ଝଟକା ଲାଗିଲା।
କ'ଣ ଏମାନେ ସବୁ କହୁଛନ୍ତି?
ଇର୍ଷା କରୁଛନ୍ତି ନା ସମ୍ବେଦନା ଦେଖଉଛନ୍ତି?
ମୁଁ ଭି ଚୁପଚାପ smile କରିଦେଲି।
କହିଲି .....
ଆମର ପରିଶ୍ରମ , ରୋଜଗାର ସବୁ ପିଲାଙ୍କ ପାଇଁ । ସେମାନେ ଯେମିତି ନିଜ ଗୋଡରେ ଛିଡା ହୁଅନ୍ତୁ । ନା' କମାନ୍ତୁ। ରାତିଦିନ ଅକ୍ଳାନ୍ତ ପରିଶ୍ରମ, ପାଢପଢା ସମୟରେ ସେମାନଙ୍କୁ ଜଗିବା , guide କରିବା,କେମିତି ଭଲ collegeରେ ପଢିବେ , ସେମାନଙ୍କ future କେମିତି ଭଲ ହେବ ଏ ସବୁ ଚିନ୍ତାଧାରା କେବଳ ସେମାନଙ୍କ ଭଲ ପାଇଁ। ଆମେ ସେମାନଙ୍କୁ ଉଡିବା ଶିଖଉଛେ। ଉଡିଲା ବେଳକୁ କଣ ଆମେ ସେମାନଙ୍କ ଡେଣା କାଟିଦେବା??
କେବଳ ବୁଢା ବୟସ ରେ ଆମର ସାହା ହେବା ପାଇଁ ? ମୁଁ କହିଲି ଆମେ ଏତେ ସ୍ବାର୍ଥ ପର ନୁହଁ। ସେମାନଙ୍କ ଖୁସି ଆମେ କେଭେ ଭି ଛଡେଇ ପାରିବୁନି।
ଆଜିକାଲି ବହୁତ ବାର୍ଦ୍ଧକ୍ଯ ଆଶ୍ରମ ଅଛି।
ତାହେଲେ ଆଉ ଚିନ୍ତା କଣ? ସେମାନଙ୍କ ଚଲା ପଥ ରେ କଣ୍ଟା ହେଇ ଠିଆ ହେବା ଉଚିତ ନୁହଁ।
ସେମାନେ ଉଡନ୍ତୁ ବହୁତ ଉପର କୁ ଉଡନ୍ତୁ।
ଆମର ଏଠି କେତେ ଲୋକ ଅଛନ୍ତି ଯୋଉମାନେ ପିଲାଙ୍କ examବାହାନା ଦେଇ ବା office କାମ ବାହାନା ଦେଇ ବର୍ଷ ବର୍ଷ ତାଙ୍କ ଘରକୁ ଯା' ନ୍ତିନି। ତୁମ ବାପା ମା କଣ ତୁମକୁ ଯିବାକୁ ଚାହୁଁ ନ ଥିବେ!!!
କେବଳ ତୁମର ଭଲ ପାଇଁ ସେମାନେ କିଛି କୁହନ୍ତିନି।ତୁମେ ମାନେ ନିଜେ ତୁମ parents ଙ୍କ careନେଇ ପାରୁନ !!
ଆଶା କିନ୍ତୁ ପିଲା ଙ୍କ ଠୁ କରୁଛ।
ଆଉ ଭି କେତେ ଲୋକ ଅଛନ୍ତି। ତାଙ୍କ parents ଗୋଟେ ଘରେ ଯେମିତି ଆବଦ୍ଧ ହୋଇ ଥାନ୍ତି। ସେମାନଙ୍କ ପାଖରେ 10mntsବସି ଗପିବାକୁ ଭି ସମୟ ନ ଥାଏ କାହାର । ସେମାନଙ୍କ ସହ ଭଲ ମନ୍ଦ କି ଖୁସି ମିଜାଜ କରିବାକୁ ସମୟ ନ ଥାଏ। ନିଜ familyସହ ବୁଲିବାକୁ କିନ୍ତୁ ସମୟ ଥାଏ।ଭାବନ୍ତିନି ଯେ ତାଙ୍କparents ଭି familyର ଅଂଶ।
ତୁମେ ଯଦି ଏମିତି କରୁଛ !!
ତୁମ ପିଲା ଶିଖିବେ କ'ଣ?
ଲୋକ ଲଜ୍ଜା ପାଇଁ ସେମାନଙ୍କୁ ନା ବାର୍ଦ୍ଧକ୍ଯ ଆଶ୍ରମ ରେ ଛାଡନ୍ତି ନା ସେମାନଙ୍କର proper care ନିଅନ୍ତି। ସେମାନେ ମରି ମରି ବଂଚି ଥାନ୍ତି।
ସେମାନଙ୍କ କିଛି କରିବାର କି କିଛି କହିବାର ଉପାୟ ନ ଥାଏ । ବାର୍ଦ୍ଧକ୍ଯ ଆଶ୍ରମ ରେ ଗପିବାକୁଏମିତି ତାଙ୍କ ପରି କେତେ ଲୋକ ତ ଥିବେ।।।
ଘରେ ଏମିତି ଲାଶ ପରି ପଡି ରହି ଥାନ୍ତି।
ତାହେଲେ ତୁମ ପିଲା କ'ଣ ଶିକ୍ଷା ପାଇବେ??
କଥା ରେ ପରା ଅଛି jaisi karni wasi bharni
ଯେମିତି କରିବ ସେମିତି ପାଇବ ।।
ପିଲାମାନେ ପ୍ରାୟ ଅନୁକରଣ କରନ୍ତି । ତାଙ୍କୁ ଶିକ୍ଷା ଦେବା ଦରକାର ନାହିଁ ।
ଯାହାର ମନୋବୃତ୍ତି ଭଲ ଯେତେ ଦୂର ରେ ଥିଲେ ଭି ଏମିତିକି ସାତ ସମୁଦ୍ର ଆର ପାରି ରେ ଥିଲେ ଭି ଦରକାର ସମୟରେ ପାଖରେ ପହଞ୍ଚିଯିବେ।
ପିଲାମାନେ ବାପା ମା' ଙ୍କ ପ୍ରତିବିମ୍ବ ।
ଦୁହେଁ ଦୁହିଁଙ୍କ ଅନୁପୂରକ।
ବାପା ମା ପିଲା ମାନଙ୍କ ଉପରେ dependantହୋଇ ରହିବା ଉଚିତ ନୁହଁ।
ଆଉ ପିଲା ମାନେ ଭି ତାଙ୍କ କର୍ତ୍ତବ୍ଯ ଭୂଲି ଯିବା ଉଚିତ ନୁହଁ ।
ତାହେଲେ ସମାଜ ରେ ଶାନ୍ତି ବଜାୟ ରହିବ।
ବହୁତ parents ତାଙ୍କ ପିଲାଙ୍କ ଖୁସିରେ ଖୁସି ରୁହନ୍ତି। ସେମାନଙ୍କ ଭବିଷ୍ୟତ ରେ କିଛି ଅସୁବିଧା ନ ହେଉ ଚୁପ ରୁହନ୍ତି।
ଆଉ ବହୁତ parents ଅଛନ୍ତି ....ପିଲାଙ୍କୁ ପଢେଇ ଶିଖେଇ ମଣିଷ କରିଛନ୍ତି ବୋଲି ସେମାନଙ୍କ ଠୁ ବହୁତ ଆଶା ରଖନ୍ତି।
ଆମର ଏ ଚିନ୍ତାଧାରା ପୂରା ଭୁଲ।।
ସେମାନଙ୍କୁ ଉଡେଇବା ଶିକ୍ଷା ଦେବା ପରେ ତାଙ୍କ ଡେଣା କାଟି ଦେବା ଉଚିତ୍ ନହଁ।
ଯିଏ ଯୋଗ୍ଯ ଆଉ ଦେଖିଛି ତା ପିଲା ବେଳେ ତା ବାପା ମାଁ ଙ୍କ କର୍ତ୍ତବ୍ଯ ।
ବୁଝିଛି ସେମାନଙ୍କ ପରିସ୍ଥିତି। ତାଙ୍କ grand parents ପ୍ରତି ସହାନୁଭୂତି
ତାଙ୍କ ପିଲା କେବେ ଭି ଅବିବେକ ହୋଇ ପାରିବନି। ଯାହା ତାର କର୍ତ୍ତବ୍ଯ ସେ ବିନା ଦ୍ବିଧା ରେ ନିଶ୍ଚିତ କରିବ।
ଆମେ ବହୁତ ଖୁସି ଆମ ପିଲା ଯୋଗ୍ଯ ମଣିଷ ହୋଇ ପାରିଛନ୍ତି।
ସେମାନଙ୍କ ଠୁ ଆମର କିଛି ଆଶା ନାହିଁ।
ଏତିକି ଭଗବାନ ଙ୍କ ଠାରେ ଆମର ସେମାନେ ଯୋଉଠି ଭି ରୁହନ୍ତୁ ଶାନ୍ତି, ସଂତୋଷ , ନିଶ୍ଚିନ୍ତ ରୁହନ୍ତୁ।
❤❤❤❤❤❤
Comments
Post a Comment