ଆସିଛି ରେ ଆଜି ହୋଲି
ଇନ୍ଦ୍ର ଧନୁର ସାତ ରଂଗ
ପିଚକାରୀ , ଅବୀର...
ରଂଗି ଯାଇଛି
ଯେତେ ନଈ ନାଳ କୁଅ
ପୋଖରି ।
ଆଜି ଆକାଶ ହସୁଛି
ପୂର୍ବ ଦିଗନ୍ତ ରେ କୁଙ୍କୁମ ବିନ୍ଦୁ..
ତାର ଲାଜ ଲାଜ ମୁହଁ...
ଆଜି ଖେଳିବ ହୋଲି
ମଥା ରୁ ଓଢଣା କାଢି।
ରାଧା ଭି ନାଚୁଛି
ଛାତି ରେ ଅଜଣା କୋହ ,
ଯେତେ ଅଜଣା ଲୁହ,
ମିଥ୍ୟା ଅପବାଦ ---
ଆପଣାର ଆବେଗ
ଲୁଚେଇ......
ରାଧା ଖେଳୁଛି ହୋଲି।
ଅସ୍ପଷ୍ଟ ଶୁଖିଲା ଦୁଇଟି ଲୁହ ଧାର...
ଓଦା ହଉଛି ଆଷାଢ ର ପହଲି ବର୍ଷା ରେ, ପହଲି ହୋଲି ରେ....
ବଂଶୀ ପୁଣି ଫୁଲ ହୋଇ ଫୁଟିଛି
ସ୍ବର ରେ ଆକାଶ ତୋଳିଛି।
ବଂଶୀ ରଂଗ ହୋଇ ଢାଳି ଦେଇଛି....
ଶାନ୍ତି ର ପ୍ରଦୀପ ।
ରାଧା ଏମିତି ନାଚୁଛି
ତାଳେ ତାଳେ
ବଂଶୀ ସହ ମିତ ବସିଛି
ରଂଗୀନ ମତୁଆଲା ମନ!!!
ଭାଙ୍ଗ ନିଶା ରେ....
ଇନ୍ଦ୍ରିୟର ସପ୍ତ ରଂଗେ...
ଖେଳୁଅଛି ହୋଲି।
ସ୍ନେହ ପରି , ସ୍ବପ୍ନ ପରି
ଶୁଭ୍ର ମମତା ନେଇ
ତାର ଦରଗଢା ପ୍ରେମ ର
ଦର୍ପଣ ରେ..
ଦେଖୁଛି ପ୍ରତିବିମ୍ବ
ଭିଜାଇ ଦେଇଛି
ପ୍ରେମ ର ଫଗୁଣ ହୋଇ
ସାତ ରଂଗ ର ରଂଗୀନ ନିଶା ରେ....
ଭୁଲିଯାଇଛି ସବୁ ସ୍ମୃତି , ସବୁ ଜନ୍ମ....
ଦିନ ନାହିଁ, ରାତି ନାହିଁ,
ଖରା ନାହିଁ , ତରା ନାହିଁ
ଆପଣା ପରିଚୟ ଦେଇ
ଖେଳୁଅଛି ଏଇମିତି ହୋଲି .....💃
🌈🌈🌈🌈🌈🌈
ହୋଲି ପାଇଁ ସମସ୍ତ ଙ୍କୁ ମୋର ଶୁଭ କାମନା
💃🏼💃🏼💃🏼💃🏼💃🏼💃🏼
Comments
Post a Comment