ତୁମର ଚୁମ୍ବନେ.....
ଓଠ ହୁଏ ନାଲି
ମିଠା ମିଠା ବାସ୍ନା....
ଦେହେ ଯାଏ ଖେଳି।💑
ତୁମର ପରଶ ଆଣେ....
ପ୍ରୀତି ର ଲହରି
ସବୁ ରାତି ଲାଗେ.....
ମଧୁ ରାତି ପରି।💑
ମାଦକ ଚାହାଁଣୀ ତୁମ...
ଭରିଦିଏ ନଶା
ନିଜେ ନିଜକୁ ଭୁଲି.....
ବାନ୍ଧିଛି ମୁଁ ବସା ।।💑
ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର
ଥିଵେ ଆତ ଯାତ
ତୁମେ ମୋର ସାଥୀ
ମୁଁ ତୁମ ମିତ।।💑
ପ୍ରେମ ର ସିନ୍ଧୁ ରେ.....
ମୋର ଵହି ନିଅ ନାଆ
ତୁମେ ଅଟ କାତ....
ତୁମେ ମୋର ସାହା।💑
Comments
Post a Comment