ତୁମେ ହେବ ଜହ୍ନ
ମୁଁ ହେବି କଇଁ....
ଦୁହେଁ ଦୁହିଁଙ୍କୁ
ରହିଥିବା ଚାହିଁ ।💓
ତୁମ ସ୍ମିତ ହାସ
ଛୁଇଁ ନିଏ ମନ...
ତୁମ ଛାତି ତଳେ
ଯାଉ ମୋ ଜୀବନ ।💓
ସକାଳ ର କୋଳେ
ଲୁଚି ସିନା ଯିବ....
ମୋ ପ୍ରେମ ର ଫାଶ ରେ
ପୁଣି ଦେଖା ଦେବ।💓
ଲୁଚକାଳି ଖେଳ
ଖେଳ କାହିଁ ପାଇଁ....
ତୁମେ ମୋର ଜହ୍ନ
ମୁଁ ପରା ତୁମ କଇଁ !!!💓
ଆମର ଏ ପୂଣ୍ଯ
ପବିତ୍ର ସଂପର୍କ..
ଯୁଗ ଯୁଗ ଧରି
ଗାଉ ଥିବେ ଲୋକ।।💓
Comments
Post a Comment