ଆକାଶ ପଚାରେ ସାଗରକୁ ଦିନେ
କାହାକୁ ତୁ ଭଲ ପାଉ ???
ଶାମୁକା କି ନଈ ର ପ୍ରେମ ରେ....
କା' ପାଇଁ ବିକଳ ହେଉ।
ହସି ହସି କହେ ସାଗର
ଶୁଣ ରେ ପାଗଳା ଭାଇ....
ଜଣେ ଅଟେ ମୀରା
ଜଣେ ଅଟେ ରାଧା
ସମାନ ଦୁହେଁ ମୋ ପାଇଁ।
ଜଣେ ପୂଜାରୁଣୀ,
ଜଣେ ମୋ ସଂଗିନୀ,
ଦୁହେଁ ମୋର ପ୍ରୀୟତମା।
ଢେଉ ଢେଉକା ମୋ ମନ ଲହରି.....
ଚାହୁଁ ଥାଏ ତାଙ୍କ ପ୍ରେମ।
ଆକାଶ କହିଲା ବଡ ଭାଗ୍ୟବାନ
ଅଟୁ ମୋ ସାଗର ଭାଇ।
ଦେଖୁଛି ମୁଁ ତୁମ ପ୍ରେମ କାହାଣୀ
ଦୂର ଦିଗନ୍ତରେ ଥାଇ।
💟💟💟💟💟💟💟
Comments
Post a Comment