ଚଇତି ଜହ୍ନ ଆଜି
ଭାରି ଉଚ୍ଛନ୍ନ
ହସରେ ଭରିଛି
ଲକ୍ଷେ ଫଗୁଣ
ତା ପ୍ରୀତି ଫୁଲ
ପଡୁଛି ଝରି
ଚକୋରି ସାଜିଛି
ମନ ମୟୁରୀ
ତାରା ଫୁଲ ଶେଯେ
ଶୋଇ ଚାହିଁଛି
ବାଦଲ ଉଢାଳେ
ଛୁପି ଦେଖୁଛି
ମଧୂର ମଧୂର
ବଇଁଶୀ ସୂର
ଛଲକାଏ ମନ
ହୋଇ ଆତୁର
ଆସ ପ୍ରୀୟେ ଆସ
ଗାଇ ପ୍ରେମ ଗୀତି
ପ୍ରୀତି ଫୁଲେ ସଜା
ଏ ସୁବର୍ଣ୍ଣ ରାତି।
ସାଇତି ଗୋପନେ
ମିଠା ମିଠା ସ୍ମୃତି
ସପନ ସୁନ୍ଦରୀ ଏ
ମଧୁଝରା ରାତି
ନ ପାହୁ ଆମର
ମିଳନ ର ରାତି
ସବୁ ରାତି ହଉ
ଚଇତି ରାତି।
🌞🌞🌞🌞🌞🌞
Comments
Post a Comment