ସକାଳ ର ଅରୁଣିମା ରେ
ତୁମେ....
ଜ୍ୟୋସ୍ନା ର କିରଣ ରେ
ତୁମେ...
ମନ୍ଦ ମନ୍ଦ ମଳୟ ରେ
ତୁମେ....
ଛନ୍ଦମୟୀ ବରଷା ରେ
ଚୁମେ...
ଫଗୁଣ ର ଫୁଲ ରେ
ତୁମେ....
ବସନ୍ତ ମହୁଲ ରେ
ତୁମେ....
କୋଇଲି ର କାକଳି ରେ
ତୁମେ...
ସଞ୍ଜ ଗୋଧୂଳି ରେ
ତୁମେ....
ମୋ କବିତା ଝରା ରେ
ତୁମେ...
ଲାବଣ୍ୟ ମୟୀ ଧରା ରେ
ତୁମେ...
ମୋ ହସ ର ଝଂକାର ରେ
ତୁମେ....
ମୋ ସ୍ବପ୍ନିଳ ସବୁଜିମା ରେ
ତୁମେ,....
ମୋ ହୃଦୟ ଧଡକନ ରେ
ତୁମେ...
ମୋ ମନ ମନ୍ଦିର ରେ
ତୁମେ....
ତୁମ ପ୍ରତିଛବି ବ୍ୟାପ୍ତ
ଚତୁର୍ଦିଗେ....
ମୁଁ ତୁମ ଚରଣ ଦାସୀ
ତୁମରି ସାନ୍ନିଧ୍ୟ
କାମନା ରେ ଆଜି....
ସାଜିଛି ମୁଁ ଦେବଦାସୀ।
Comments
Post a Comment