କେତେ ହୋମ ଯଜ୍ଞ
ଭୋଗ ଥାକବନ୍ଦି ଚାଲିଛି
ମଂଦିର ପ୍ରାଙ୍ଗଣେ....
ପାପର କଳଙ୍କ
ଲୁଚେଇବା ଆଶେ ....
ପ୍ରାୟଶ୍ଚିତ କରିଛି ମନେ।
ଦାନ ଧର୍ମ କରି
ବିପ୍ର ଭୋଜନ ରେ....
କିଣିନେବ ଭଗବାନ।
ଭଗବାନ କି ଯେ
ଭେଜାଲ ହେଲେଣି
ରୁହନ୍ତି...ଯା' ପାଖେ ଅଛି ଧନ।
ଯିଏ ଦେଲା ଧନ
ହୁଅନ୍ତି ଅଧୀନ
ନିଅନ୍ତି ତାହାର ପକ୍ଷ।
ଯିଏ ଦେଲା ବେଶି
ସିଏ ଗଲା ଖସି....
ପାଇଯାଆନ୍ତି ସେ ମୋକ୍ଷ।
ବିଚରା ଗରିବ ପାଉଲା ଟେ ନାହିଁ....
କିଣି ପାରେନା ତା ମନ।
ମନ୍ଦିର ସମ୍ମୁଖେ ଆସନ
ଯେ ପାତି.....
ଯୋଗାଡନ୍ତି ରାତିଦିନ।
ଆରେ....ଅବୁଝା ଗରିବ
ଯଦି ତ ପାରିବ
କୁ କର୍ମ ରେ ଦିଅ ମନ।
ନିମିଷକେ ତୁମେ
ଆଖି ପିଛୁଳାକେ....
ପାଇଯିବ ସାରା ଧନ
ସେ ଧନ ରେ
କିଣିନେବ ଅଧର ଫଟା
ମୁକ ଭଗବନ
ଭଗବାନ ବୋଧେ ଆଜି
ଲାଞ୍ଚ ତ ନେଲେଣି
ଭକ୍ତି କୁ କରିଲେ ହୀନ।
ହେ ମହାପ୍ରଭୁ ପାଖେ
ରୁହ କି ନୁହ....
କରିବିନି ସେ କଳାକାମ
ତୁମ ପରି ମୁଁ
ନୁହଇ ଛଳିଆ....
ଭୁଲିଯିବି ମୋର ଧର୍ମ।
Comments
Post a Comment