ମନେ ମୋର ଯେବେ ଥାଏ ବିବସତା
ଗାଅ ତୁମେ କବିତାର ଭାଷ।।
ଆଖି ଲୁହ ଯେବେ ପାଏ ସ୍ବାଧିନତା
କରିଦିଅ ତୁମେ କୁହୁକ ର ବସ।।
ମୁଖେ ଯେବେ ଥାଏ ଦୁଃଖ ନୀରବତା
ଭରିଦିଅ ତୁମେ ଫୁଲର ହସ।
ଶରୀର ରେ ଥାଏ ଯେବେ ଉତ୍ତପତା
ଆଣିଦିଅ ତୁମେ ମଳୟ ର ରସ।
ଅଙ୍ଗେ ମୋର ଯେବେ ଥାଏ ଶୀଥିଳତା
ପାରିଦିଅ ତୁମେ ଉମଙ୍ଗର ବାସ।
ମୋ ଜୀବନେ ଯେବେ ଥାଏ ବିଷମତା
ଦୂରକର ତୁମେ ବୈଶାଖୀର ଧାସ।
ମୋ ଅନ୍ଧାରି ଗହ୍ବରେ ତୁମେ ଉଜ୍ଜ୍ୱଳତା
ତୁମ ଠୁ ଆରମ୍ଭ ତୁମ ଠି ହିଁ ଶେଷ।
Comments
Post a Comment