ଦେଉନାହିଁ ତୁମକୁ ମୁଁ ଦୋଷ
ତୁମେ ତ ମୋର
ଅତି ଆପଣାର...
ତୁମ ପାଇଁ ମୁଁ ବଞ୍ଚଛି ଜଗତେ
ତୁମ ବିନା ମୁଁ ......
ପାଣି ର ଗାର।
ରାଗ ଋଷା ରେ ମୋ
ଥାଏ ଅଭିମାନ
କହି ପାରେନା କାହକୁ କିଛି....
ତୁମକୁ ଦେଖିଲେ
ନିଜର ଭାବି
ମନ କଥା ସବୁ
କହି ଦେଉଛି।
ଏ ସିନ୍ଦୂର ଟୋପା ରେ
ରଖିଛି ଭରସା।।।।
ତୁମେ ମୋ ରକ୍ଷକ
ତୁମେ ମୋ ସାହସ
ତୁମକୁ ଦେଖିଲେ ସବୁ ସାଇତା କୋହ....
ଭାସି ଆସନ୍ତି
ହୋଇ ନଦୀ ସୁଅ
ଅଭିମାନୀ ମନ ଭାବେ ବେଳେ ବେଳେ....
ବଞ୍ଚିବି କେମିତି
ଭଲ ନ ପାଇଲେ
ତୁମଠୁ ଆରମ୍ଵ
ତୁମ ଠି ହିଁ ଶେଷ....
ତୁମ ଛଡା ନାହଁ ମୋର ଭାଵ ବେଶ।
କରୁଛି ଶପଥ
କେଭେ ନ ରାଗିବି
ମନକଥା ତୁମକୁ
ଆଉ ନ କହିବି
ତୁମ ଚରଣରେ
ନେବି ମୁଁ ସମାଧି
ତୁମେ ଆଲ୍ଲା ଯୀଶୁ
ତୁମେ ମୋ ଶମ୍ଭୁ ମହୋଦଧି।
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment