ରିମଝିମ ବରଷା ରେ....
ଭିଜା ଭିଜା ଜ୍ୟୋସ୍ନା ରେ...
ମହ ମହ ବାସନା ରେ...
ଠଣ୍ଡା ଠଣ୍ଡା ପବନ ରେ....
ଚହ ଚହ ଗାନ ରେ...
ଧୂ ଧୂ ଖରା ରେ....
କଚ କଚ ପତର ରେ....
ମଚ ମଚ ଅନ୍ଧାର ରେ...
କଳା କଳା ବାଦଲ ରେ...
ଧଳା ଧଳା କୁହୁଡି ରେ...
ନୀଳ ନୀଳ ଆକାଶ ରେ...
ଝାପ୍ସା ଝାପ୍ସା ଆଲୁଅ ରେ...
ରଙ୍ଗ ବେରଙ୍ଗ ଫୁଲ ରେ...
ଭଙ୍ଗା ଭଙ୍ଗା କୋହ ରେ...
ମିଠା ମିଠା ସ୍ବପ୍ନ ରେ...
ଫିକା ଫିକା ସ୍ମୃତି ରେ..
ଅଙ୍କା ବଙ୍କା ରାସ୍ତା ରେ ..
ଝର ଝର ଝରଣା ରେ...
କଳ କଳ ନଦୀ ରେ...
ଛନ ଛନ ଛାତି ରେ...
ଛଳ ଛଳ ଆଖି ରେ...
ହସ କାନ୍ଦ ଦୁନିଆ ରେ...
ତୁମେ ଥିବ ସାଥିରେ...
ମୁଁ ଥିବି ପାଖରେ...
ହାତରେ ହାତ ଛନ୍ଦି
ଯିବା ଆମେ ବହୁ ଦୂରେ...
ପାଦରେ ପାଦ ଯୋଖି
ଚାଲିବା ଧିରେ ଧିରେ...
କିଛି କିଛି କହୁଥିବ...
ତୁନି ତୁନି ଶୁଣୁ ଥିବି....
ଚୁପି ଚୁପି ହସୁଥିବ...
ଛପି ଛପି ଦେଖୁ ଥିବି...
ଗୁଣୁ ଗୁଣୁ ଗାଉ ଥିବ...
ମନେ ମନେ ନାଚୁଥିବି...
ମିଶି ମାଶି ରହୁଥିବା ....
ବୁଝା ବୁଝି ହଉଥିବା ....
ଦେଖି ଦାଖି ଚଳୁଥିବା ....
ହସି ହସି ଚାଲୁଥିବା ...
ଏମିତି ଖୁସି ରେ ଖୁସି ରେ...
Comments
Post a Comment