ଵସନ୍ତ ଲୋ ତୁ
କେତେ ଫୁଲେଇ...
ତୁ ଆସିଲେ ଧରା
ଦୁଃଖ ଯାଏ ଦୁରେଇ...
କି ମନ୍ତ୍ର ଜାଣିଛୁ ଲୋ ତୁହି
ରଂଗ ଵିରଂଗେ
ଦେଉ ସଜାଇ ।
ସୁନ୍ଦର ଲାଗେ ଏ
ସାରା ଦୁନିଆ...
କରିଛୁ ଲୋ ତୁ କି କିମିଆ???
କୋଇଲି ଭି ଗାଏ
କୁହୁ କୁହୁ ହୋଇ...
ବସନ୍ତ ପବନେ
ମନ ଦୋହଲାଇ....
ତୋର ମହକ
ତୋର ସେ କୁହୁକ
ଲାଗେ ମତେ ଭାରି
ଫିକା ଫିକା....
ପାଖରେ ଯେ ନାହାନ୍ତି
ମୋର ପ୍ରାଣ ସଖା ।।
ତାଳ ତମାଳେ ତୋ
ଵଂଶୀ ଧ୍ଵନି ସ୍ଵର....
ଭେଜି ଦେ ସଂଦେଶା....
ଲେଖି ମୋ ଖବର ।
ଆସିଗଲେ ପ୍ରୀୟେ
ଝୁଲଣା ଝୁଲିବି
ତୋ ଗୁଣ ଗାଇ ଗାଇ
ଗଭା ସଜେଇବି
ତୁ ତ ଫୁଲେଇ....
ମୁଁ ହେଵି ଫୁଲେଇ....
ଗାଇଵା ପ୍ରେମ ଗୀତ....
ଆମ ପ୍ରୀୟତମ ପାଇଁ ।
💃💃💃💃💃💃💃
Comments
Post a Comment