ବାପା କୁ କହିଲ ପପ।
ବୋଉ କୁ କହିଲ ମମ
ଭାଇ କୁ କହିଲ ଵ୍ରୋ
ଭଉଣୀ ହେଲା ସିସ୍।
ଗୁରୁମା ହେଲେ ମିସ୍
ସ୍ଵାମୀ ବନିଗଲେ ହଵି
ସ୍ତ୍ରୀ ଵନିଗଲେ ଵେଵି ।
ଉତ୍କଳ ମାଟି ରେ ଜନମ ହେଇ
କହୁଛ ତ ଆମେ ଓଡିଆ
ଇଂରାଜୀ କୁ ମୁଣ୍ଡ ରେ ମୁଣ୍ଡାଇ...
ହୋଇଛ ରାସ୍ତା ରେ ଠିଆ।
ଇଂରାଜି ଭାଷା କି ଯାଦୁ କଲା....!!
ଲୋକ ହୋଇଗଲେ ଭୋଳ...
ନିଜ ମାତୃଭାଷା ପଛକୁ ପକେଇ
ଦେଶ କୁ କରିଲେ ଖୋଳ।
ଭୋଟ ଦିଅ , ଭୋଟ ଦିଅ
ରଖିବୁ ଦେଶର ଟେକ।
ହାୟରେ ଶାଶକ !!!
ବୁଝି ପାରୁନ କି....
ଭାଷା ର ମର୍ଯ୍ୟାଦା ରଖ !!!
କହୁଛ ଓଡିଆ ଶହେ
ଭାଗରୁ ଅଶି ଭାଗ ତ ଭୁଲ୍
ଲେଖିବାକୁ ଦେଲେ ଓଡିଆ ପଦେ
ପକେଇ ଦେବ ଥୁକୁଲ ।
କହି ପାରୁନ ଓଡିଆ ପଦେ
ପିଲାଙ୍କୁ କି ଶିକ୍ଷା ଦେବ?
ଭୁଲି ଯିବ ଯଦି ନିଜ ଜନ୍ମମାଟି
କି ' ଦେଶ ରକ୍ଷା କରିବ ???
ଅ.... ଆ ଠାରୁ ହ.... କ୍ଷ ଯାଏଁ ଚାଟଶାଳୀ
ପାଠ ପଢ....
ଇଂରାଜି ଭୁଲି...
ଓଡିଆ କୁ ଧରି
ଆଗକୁ ଆଗକୁ ବଢ।
Comments
Post a Comment