ନଇ ତୁଠେ ଆଜି କନକ ଗୋରି
ମଳୁଛି ତା ସୁନା ଦେହ।
ଦୂର ଆମ୍ବ ଡାଳେ କୋଇଲି ଗୁଞ୍ଜନ
ଲାଗେ ଭାରି ପ୍ରୀତି ମହ।
ନିଝୁମ ରାତି କୁ ମେଲାଣି ଦେଲାଣି
କୁଆଁ ତାରା ହସି ହସି।
ହଳଦୀ ମଳୁଖ ଲଗାଇ ସୁନ୍ଦରୀ
ସଫା କରେ ଘସି ଘସି।
ଉଛୁଳା ମନ ତା ଛନ ଛନ ଆଜି
ଖୋଲିଛି ପ୍ରୀତି ର ପସରା।
କାହା ପାଇଁ ଏତେ ସଜବାଜ
କିଏ ତା ହୃଦୟ ଝରା।
ଚୋରା ଚାହାଣୀ ତା କେତେ ଯେ ସୁନ୍ଦର।
ଓଠେ ଗୋଲାପ ର ହସ।
ଦେଖିଲେ ଥରୁଟେ ମନ ହଜି ଯାଏ
ବୟସ ଟା ହେଲା ଦୋଷ।
କହଲୋ ସୁନ୍ଦରୀ କାହାପାଇଁ ତୁ
ସାଇତିଛୁ ଭରା ଯୋଉବନ।
କିଏ ତୋର କହ ସପନ ବଣିକ
କିଏ ସେହି ଭାଗ୍ୟବାନ।
ମୋ ବଇଁଶୀ ସୂର ହୁଏ ଯେ କାତର
ଝୁରେ ଖାଲି ତୋ ପାଇଁ।
ହୃଦୟ ରେ ମୋର ଲେଖିଛି ତୋ ନାମ
ଦେଖିଯା ଥରୁଟେ ତୁହି।
ମୁଁ ପ୍ରୀତି ସାଗର ତୁ ଉଛୁଳା ନଈ
ଜନମ ଜନମ ର ସାଥୀ।
ଭୁଲିଗଲୁ ଗୋରି ସପନ ସୁନ୍ଦରୀ
ଡାକୁଛି ଏ ଜହ୍ନ ରାତି।
💟💟💟💟💟💟💟💟
Comments
Post a Comment