ସାଗର ଖୋଜୁଛି
ଶାମୁକା କୁ ତାର
ନାହିଁଁ ଦିନ ନାହିଁ ରାତି
ଶାମୁକା ବିଚାରି ହରାଇ
ତାର ସତ୍ତା
ଦେଵାକୁ ସାଇତା ମୋତି
ସାଗର ଜାଣିଲା
ରାଗେ ତମ ତମ
କରିଲା ନୃତ୍ୟ ତାଣ୍ଡବ
ହେଲାନି ଶାମୁକା
ଯଦି ତାହାର
ସବୁ ଧ୍ବଂସ କରିଦେବ।
ଆଣିଲା ସୁନାମି
ଭାଙ୍ଗି ଦେଲା ସେତୁ
ଶାମୁକା ର ପ୍ରେମ ପାଇଁ
ଲୁଚାଇ ଦେଲା ହୃଦୟେ
ତାହାର
ଖୋଜି ଭି ପାଇବ ନାହିଁ।
ହସି ଯେ ଶାମୁକା
ଭୁଲିଗଲା କଷ୍ଟ
ତା ମଧୁର ଆଲିଙ୍ଗନେ
ସାଗର ଶାମୁକା
ପ୍ରେମ କାହାଣୀ
ଲୋକେ ରଖିଛନ୍ତି ମନେ।
Comments
Post a Comment