ଦିପ ହୋଇ ଯୋଉ
ଜଳିଵାର ମଜା....
ତୁମେ କି' ବୁଝିବ ପ୍ରୀୟେ!!
ସମର୍ପଣ ରେ ଥାଏ
ଯୋଉ ତାର ନଶା...
ମନ ରେ ଆନନ୍ଦ ଦିଏ।
ଜାଣି ଶୁଣି ଵାଜି
ତୁମ ପାଖେ ହାରେ...
ହସ ତୁମ ଟିକେ ପାଇଁ।
ଜୀବନ ସାରା ଭି
ହାରିବି ଏମିତି...
ଲୁହ ତୁମ ଦେବି ଧୋଇ।
ସୂରଯ କୁ ମୁହିଁ
ଦେବି ଛୁପେଇ....
ନ ପଡିବ ଟିକେ ଧାସ।
ପୋଛି ଦେବି ଝାଳ ମୋ
ପଣତ କାନି ରେ....
ଫୁଟାଇବି ମୁଖେ ହସ।
ଜୋଛନା ରାତି ରେ
ଚାନ୍ଦିନୀ ହୋଇ ମୁଁ....
ତୁମ ପାଖେ ଦେବି ଧରା।
ମିଶି ଯିଵି ମୁଁହି
ତୁମରି ସାଥିରେ....
ତୁମେ ସବୁକିଛି ପରା।
ତୁମ କଣ୍ଟକ ପଥେ
ଫୁଲ ଵନିଯିବି....
ନଦେଇ ତୁମକୁ କଷ୍ଟ।
ତୁମରି ଖୁସିରେ
ଖୁସି ହେବି ମୁହିଁ....
କାଟି ଦେବି ସବୁ ରିଷ୍ଟ।
ଜନମ ଜନମ ଥାଅ
ମୋ ପାଖେ....
ଏତିକି ଗୁହାରି ତୋର।
ତୁମେ ମୋ ପାଇଁ
ମୁଁ ତୁମ ପାଇଁ.....
ବନ୍ଧା ଏ ଜୀବନ ଡୋର।
❤❤❤❤❤❤❤
Comments
Post a Comment