ମୋ ନୀରବତା କୁ
ଭାଵନି କେବେ ଯେ
ମୁଁ ଏକ ଦୁର୍ବଳା ନାରୀ।
କ୍ଷଣକେ ଗଢିବି,
କ୍ଷଣକେ ଭାଙ୍ଗିବି
କେ ନୁହେଁ ମୋହର ସରି।
ମୋ ଆଖି ଲୁହ
ଦେଖି ଭାବନି ଯେ...
ମୁଁ ବଡ ଦୁଃଖିଆରୀ
ସେଇ ଲୁହ ରେ
ଧୋଇଯିବ ପାପ
ନ ଭାବି କାହାକୁ ବଇରି।
ମୋ ହସ ଦେଖି
ଭାବନି କେବେ ଯେ
ମୁଁ ଏକ ସରଳା ନାରୀ
ହସି ହସି ମୁଁହି
ସଂହାର କରିବି
ପାପି ଙ୍କ ର ଦେବି ବଳି।
ସୀମନ୍ତ ସିନ୍ଦୂର ଦେଖି
ଭାବନି ଯେ
ମୁଁ ଚୀରାଧୀନା ନାରୀ
ସେଇ ସିନ୍ଦୂର ଯେ ମୋହର ତାକତ
ସତି ସୀତା ନାମ ମୋ'ରି।
ମୋ ପ୍ରେମ ଦେଖି
ଭାବନି କେବେ ଯେ
ମୁଁ ଅଟେ ଅଵଳା ନାରୀ
ସେଇ ପ୍ରେମ ରଜ୍ଜୁ
ବାନ୍ଧି ରଖିଛି ସାରା
ସଂସାର ର ଡୋରି।
ଏକ ରୂପୀ ନୁହଁ
ବହୁ ରୂପୀ ମୁଁ ଯେ
ଅନେକ ନାମ ମୋର
ନାରୀ ରୂପୀ ଶକ୍ତି ସବୁଠାରୁ ବଡ
ନାରୀ ର ମର୍ଯ୍ୟାଦା କର ।।।
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment