ଆସିଥାନ୍ତ ଯଦି
ବସନ୍ତ ସକାଳେ
ଶୀତଳ ସମୀର ହୋଇ
ଭିଜା ଭିଜା ବାସ୍ନା
ମହକି ଉଠନ୍ତା
ମନ ପୁଲକିତ ହୋଇ।
ଆସିଥାନ୍ତ ଯଦି
ଶ୍ରାବଣୀ ବର୍ଷା ରେ
ପାଣି ଝର ଝର ହୋଇ
ଦେଖଥାନ୍ତ ଆଜି
ମିଳନ ର ଲଗ୍ନ
କଇଁ ହସେ ଜହ୍ନ ପାଇଁ।
ଆସିଥାନ୍ତ ଯଦି
ଲୁଚି ଛପି ମୋତେ
ଚଇତି ପବନ ହୋଇ
ନୀରସ ମନ ଵଦଳି ଯା'ନ୍ତା
ଚନ୍ଦନ ର ଲେପ ପାଇ।
ଆସିଥାନ୍ତ ଯଦି
ପ୍ରଜାପତି ହୋଇ
ଫଗୁଣ ର ରଂଗ ନେଇ
ମୋ କୁସୁମ ଵନେ
ଝୁଲଣ ଝୁଲନ୍ତ
ଦିଅନ୍ତି ରଙ୍ଗେ ରଙ୍ଗେଇ।
ଛୁଇଁ ଲାଣି ଆସି ଗ୍ରୀଷ୍ମ
ଋତୁ ପରା
ତୁମେ ତ ଆସିଲ ନାହିଁ
ଆସିଲା ବେଳକୁ
ସବୁ ସରିଥିବ
ଜଳୁଥିବ ମୋର ଜୁଇ।
🔥🔥🔥🔥🔥🔥
Comments
Post a Comment