ମାଗିଥାନ୍ତ ଯଦି
ପ୍ରେମ ର ପସରା
ଭରି ଦେଇଥାନ୍ତି ଝୋଲି
ମାଗିଥାନ୍ତ ଯଦି
ହସ ର ଅସରା
ହସୁଥାନ୍ତି ଖିଲି ଖିଲି।
ମାଗିଥାନ୍ତ ଯଦି
ଫଗୁଣ ର ଫୁଲ
ବନି ଯା'ନ୍ତି ଫୁଲ ବାଟିକା
ମାଗିଥାନ୍ତ ଯଦି
ଶ୍ରାବଣ ର ଧାରା
ହୋଇ ଯାନ୍ତି ବର୍ଷା କଣିକା।
ମାଗିଥାନ୍ତ ଯଦି
ଜହ୍ନ ର ଆଲୋକ
ଚିକିମିକି କରୁଥାନ୍ତି
ମାଗିଥାନ୍ତ ଯଦି
ସପନ ସକାଳ
ତୁମ ଆଖି ରେ ଭାସିଯାନ୍ତି।
ମାଗିଥାନ୍ତ ଯଦି
କୋଇଲିର ସୁର
ବନିଯାନ୍ତି ଏକ ଗୀତିକା
ମାଗିଥାନ୍ତ ଯଦି
କିଛି ଉପହାର
ବନନ୍ତି ତୁମ ପାଇଁ ମଲ୍ଲିକା।
ମାଗିଲନି କିଛି
କହିଲନି ପଦେ
ବୁଝିଲନି ମନ ଭାଷା
ନ କହିଲେ ଭି
ପଢିପାରେ ସଦା
ତୁମ ମନ ପରିଭାଷା।।
ପାଦେ ପାଦେ ଛନ୍ଦି
ଚାଲୁଥିବି ନିତି
ପ୍ରୀତି ର ମହକ ହୋଇ
ତୁମରି ସତ୍ତା ରେ
ହରାଇ ଅସ୍ତିତ୍ବ
ଭୁଲିବି ନିଜକୁ ମୁହିଁ।।।
❤❤❤❤❤❤
Comments
Post a Comment