🌹 ସାଥୀ🌹
ହସ କୁ କହିଲି ଦିନେ......
ମୋ ପାଇଁ କି ଟିକେ .....
ହସି ଦବୁ???
ହସ କହିଲା .....
ନାଇଁ ରେ ନାଇଁ....
ମତେ ତୁ କାଳେ
ଛଡେଇ ନବୁ ।।।।
ଦୁଃଖ କୁ କହିଲି ଦିନେ....
ମୋ ପାଇଁ କି ଟିକେ .....
ଦୁଃଖି ହବୁ ???
ଦୁଃଖ କହିଲା .....
ନାଇଁ ରେ ନାଇଁ.....
ମତେ ତୁ କାଳେ
ପାଶୋରି ଦବୁ ।।।।।
ଲୁହ କୁ କହିଲି ଦିନେ....
ମୋ ପାଇଁ କି ଟିକେ.....
ଝରି ପଡିବୁ????
ଲୁହ କହିଲା.....
ନାଇଁ ରେ ନାଇଁ...
ମତେ ତୁ କାଳେ
ପୋଛି ଦଵୁ ।।।।।
ସ୍ଵପ୍ନ କୁ କହିଲି ଦିନେ...
ମୋ ପାଇଁ କି ଟିକେ.....
ସ୍ବପ୍ନ ଦେଖିବୁ????
ସ୍ବପ୍ନ କହିଲା....
ନାଇଁ ରେ ନାଇଁ,....
ମତେ ତୁ କାଳେ
ଭାଙ୍ଗି ଦବୁ।।।
ନିଦ୍ରା କୁ କହିଲି ଦିନେ....
ମୋ ପାଇଁ କି ଟିକେ ......
ନିଦ୍ରା ଯିବୁ????
ନିଦ୍ରା କହିଲା.....
ନାଇଁ ରେ ନାଇଁ
ମୋତେ ତୁ କାଳେ
ଉଠେଇ ଦବୁ।।।।
ଆଶା କୁ କହିଲି ଦିନେ....
ମୋ ପାଇଁ କି ଟିକେ.....
ଆଶା କରିବୁ????
ଆଶା କହିଲା ....
ନାଇଁ ରେ ନାଇଁ
ମୋ ଭରସା ତୁ କାଳେ.....
ତୁଟେଇ ଦବୁ।।।।।
ଜୀବନ କୁ କହିଲି ଦିନେ...
ମୋ ପାଇଁ କି ଟିକେ....
ଜିଇଁ ରହିବୁ?????
ଜୀବନ କହିଲା....
କଥା ଦେ ମତେ....
ମୃତ୍ୟୁ ଠୁ ଦୂରେଇ ନବୁ।।।
ମୃତ୍ୟୁ କୁ କହିଲି ଦିନେ....
ମୋ ପାଇଁ କି ଟିକେ
ଆସି ପାରିବୁ ????
ମୃତ୍ୟୁ ହସି କହିଲା ମତେ.....
ମୁଁ ତ ଶାଶ୍ବତ....
ମୋ ଵିନା କି ତୁ
ରହି ପାରିବୁ,????
ଖୋଜି ଖୋଜି ମୁଁ
ଜାଣିଲି ଶେଷ ରେ.....
କେହି ନୁହେଁ ସାଥୀ
ଏହି ଜଗତରେ.....
ମୃତ୍ୟୁ ତୁମ ସାୟା
ନାହିଁ ତାର କାୟା.....
ଅଜଣା ଅତିଥି ସେ......
ଭୁଲି ଯାଅ ମାୟା ।।।।।।
🌹🌹🌹🌹🌹🌹🌹
Comments
Post a Comment