ମୁଁ ତ ଗଙ୍ଗଶିଉଳି...
ସଞ ଆକାଶ ରେ
ତାରାଙ୍କ ଫୁଲ ଫୁଟା ହସରେ....
ଆୟୁଷ କୁ ଜାବୁଡି ଧରି
ଦୋହଲୁ ଥାଏ ହାଉଲେ ହାଉଲେ..
ଇଛା ହୁଏ ସତେ ସାମନା ଗଛ ଆମ୍ବ ଡାଳରେ
ଶୁଣିବାକୁ କୋଇଲି ର ଡାକ।
ରାତିର ଭୟଙ୍କର ଭୟ ଭିତରେ...
ନିଜକୁ ଲୁଚେଇବାର ଅଭିପ୍ରାୟ ...
ତଥାପି ବିଛାଡି ହୋଇ ପଡେ ଏ ରହସ୍ୟ ମୟ ଦୁନିଆ ଭିତରେ।
କ୍ଷୀଣ ହୋଇ ଯାଏ
ଆଶାର ଆଲୋକ...
ତଥାପି ଭଲ ଲାଗୁଥାଏ
କ୍ଷଣିକ ଜୀବନ ରେ....
ପାଇଯାଏ ଯୁଗ ଯୁଗ ର ଆନନ୍ଦ।
ମୋ ହୃଦୟ ରେ ଆଜି ବର୍ଷା ପଡେ ଟୋପା ଟୋପା ।
ଭିଜିଯାଏ ନାଲି ମାଟି ପରି।
ରଙ୍ଗୀନ ସୂର୍ଯ୍ୟ କୁ ସ୍ବାଗତ କରେ ସତେ ମୋର ଏ ପ୍ରଶସ୍ତ ଗାଲିଚା.....
ଧୀର ଚୁମ୍ବନ ଆଙ୍କିଦିଏ....
ମୋ କୋମଳ ଅଙ୍ଗ ରେ...
ଭାରି ଭଲ ଲାଗେ..
ଭୁଲିଯାଏ ଝରିବାର ଦୁଃଖ।
କଅଁଳିଆ ପକ୍ଷୀ ପଶି ଆସନ୍ତି
ମୋ ଶୂନ୍ୟ କୋଳକୁ....
ଆଃ....!!!!
ସତେ କି ଆନନ୍ଦ!!!
ପବନ ତା ଶୀତଳ ଚୁମାକୁ
ଛୁଆଁଇ ଦିଏ...
ପୁଣି ଜିଇଁ ବାର , ପୁନର୍ଜନ୍ମ ର ଆଶା ନିମିଷକେ ଯାଗିଉଠେ।
🌹🌹🌹🌹🌹🌹🌹
Comments
Post a Comment