ଇଚ୍ଛା ହୁଏ.....
ଆଜି ଟୋପାଏ ଲୁହ ଯଦି ଥା'ନ୍ତା ମୋହର
ଲିଭେଇ ଦିଅନ୍ତି
ମୋ ନୀରବ ଲାଭା କୁ...
ପିଲାଦିନ ର ଗୋଟି ଗୋଟି ଇଛା ଲୁଚି ଯାଇଛି ସତେ...
ମୋ ନୀରବତା ର ବାଲିଘର ଭିତରେ।
ଇଛା ଥିଲା ଡାକ୍ତର ହୋଇ ଦୂର କରିଥାନ୍ତି
ସମସ୍ତ ଙ୍କ ଅବୁଝା ଦୁଃଖ...
ଜିତି ଯାଇଥାନ୍ତି ଯମ ଠାରୁ ମୋ'ଜ୍ଞାନ ରଣ କୌଶଳରେ....
ଆହୁତି ଦେଲି ସବୁ ଇଛା
ସେଇ ଅଗ୍ନି ହୋମ
କୁଣ୍ଡ ରେ....
ଭୁଲିଗଲି ଇଛାରେ ଉଡିବା
ଇଛା ରେ ଭାବିବା....
କାଠପୁତୁଳୀ ହେଲି
ଏକ ସୂକ୍ଷ୍ମ ଡୋର ରେ....
ସବୁ ଯେମିତି ଚାଲିବାର
ଥିଲା ଚାଲିଛି....
ପୃଥିବୀ ସେମିତି ଘିର ଘିର ହୋଇ ବୁଲୁଛି...
ଲୁହ ସବୁ ଝରି ଝରି ସୁଖି ଯାଇଛି।।
ନୀରବତା ଆଜି ସବୁ ଧିକ୍ ଧିକ୍ କରୁଛି।
ଆଜି ଇଛା ପାଲଟି
ଯାଇଛି ନ ପୋଡି ହଉଥିବା ମରଣରେ....
ଇଛା ସବୁ ମାଡି ଆସୁଛି ଗୋଟି ଗୋଟି ହୋଇ
ବାହାନା କରି ମୋ କବିତା ରେ....
ଆଜି ଅନାବଶ୍ୟକ ଲାଗେ
ସେଇ ଅନିଚ୍ଛା ହୃଦୟ.....
କେତେ ଦିନ ବା ଧରି ରଖିବି ଏଇ ପଞ୍ଜୁରୀ ରେ....
ହାରି ଯାଇଛି ଆଜି ନୀରବତା ରେ
ସେଇ ମୃତ୍ୟୁ ର ବିଷମ ସଜ୍ଞାରେ....
ମୋର ରକ୍ତ ର ଦୁର୍ବଳତା ର ପ୍ରତିଟି ଅଣୁ ରେ.....
ମୋ ଇଚ୍ଛା ର ଅନିଚ୍ଛା ସ୍ବୀକୃତିରେ।......
🌞🌞🌞🌞🌞🌞
Comments
Post a Comment