____ପ୍ରତିକ୍ଷା____
ମଝିରେ ମଝିରେ ମନରେ
ଉଙ୍କି ମାରେ ....
ଭଗବାନ କିଏ????
ହଁ.....
ସିଏ ତ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା, ରକ୍ଷାକର୍ତ୍ତା।।।
ପାଖେ ପାଖେ ଅଛନ୍ତି
ଭଲ ମନ୍ଦ ସବୁ ଦେଖୁଛନ୍ତି।
ତଥାପି ମନ ମାନେନା....
ମନ୍ତ୍ର , ଜପ, ଉପବାସ ରେ
ବାନ୍ଧି ରଖିବା ପ୍ରୟାସ ଚାଲିଥାଏ !!!!
କାଳେ କୋଉ ମୂହୁର୍ତ୍ତ ରେ ଦେଖା ଦେବେ
ଶଂଖ , ଚକ୍ର, ଗଦା, ପଦ୍ମ ଧରି .....
ଆବିର୍ଭାବ ହେବେ ଅଚାନକ !!!!
ଅନେକ ପ୍ରଶ୍ନ ସଜାଡି ରଖିଥାଏ------!!!!
ମନ ର ଦର୍ପଣ ରେ ତାଙ୍କ ଛବି ସାଇତି ରଖିଥାଏ...
ଧୀରେ ଧୀରେ .....
ସମୟ ର ଧକ୍କା
ଖାଇ ଖାଇ ବିରକ୍ତି ରେ.... ମହୁମାଛି
ଫଣା ରେ ମାଛି ଙ୍କ ପରି
ଗୁଣୁ ଗୁଣୁ ହୋଉ ଥାଏ।
କେବେ ସେ ଆସିବେ....
କେତେବେଳେ ବା ଆସିବେ......
ସଜାଡି ରଖିଥାଏ....
ଧୂପ, ଦୀପ, ନୈବେଦ୍ୟ
ସ୍ବାଗତ ପାଇଁ ।।।।
ଆସନ୍ତିନି.....
ଅନେକ ଦିନ ର ପ୍ରତିକ୍ଷା
ଶେଷେ ମଳିନ ପଡିଯାଏ ।।।
ବାଟ ଭାଙ୍ଗି ଚାଲି ଯା'ନ୍ତି
ଅଣଦେଖା କରି ।।।
ଘଣ୍ଟ , ଶଂଖ ଧ୍ବନି ବୋଧେ ଶୁଭେ ନାହିଁ.....
ନିରାଟ ସତ୍ୟ ଭିତରେ ଅସତ୍ୟ ପାଲଟି ଯାଏ।
ଏ.... କଣ....
ଭାଗ୍ୟ ର ବିଡମ୍ବନା ????
ପୂର୍ବ ଜନ୍ମ ର କୃତ କର୍ମ ଫଳ ????
କିଏ ବା ଦେଖିଛି ତାକୁ ????
ମିଳି ଯାଏ ସୂତ୍ର.....
ଆସ୍ବସ୍ତ ହୋଇ ଯାଆନ୍ତି ସେ
ବାହାନା ଦେଖେଇ ।।।
ଦିନ ଗଡି ଯାଏ
ଜନ୍ତା ଭିତରେ....
କ୍ଷତ ବିକ୍ଷତ କୁହୁଡି
ଧୈର୍ଯ୍ୟ ହୀନ
ହୋଇ ଗଢନ୍ତି....
ଏ ଜନ୍ମରେ ସ୍ୱଚ୍ଛ ନଦୀ
ଆଗତ ଜନ୍ମ ପାଇଁ।।।
ମୋ ଆଙ୍କାକ୍ଷା ର ଅମାନିଆ
ନୀଳ ଦୁନିଆ ର ଦୁଃଖ......
ଗୋଟି ଗୋଟି ଗୁପ୍ତ ଇଛା
ହୋଇ ରହିଯାଏ ଲୁହ ଟୋପା ହୋଇ.....
ଆଞ୍ଜୁଳା ପାଉଁସ ରୁ
ସତେ ଜନ୍ମ ନେବ ଏକ ନୂତନ ଦିଗନ୍ତ।।।।
ପାଇବାକୁ ପ୍ରଶ୍ନ ର ଉତ୍ତର.....
ଅବୁଝା ବ୍ୟାକୁଳ ମନ
ପ୍ରତୀକ୍ଷାରେ ଅଟଳ.....
ଏଇ ନିରାଟ ସତ୍ୟ ର ।।।।।
🌟🌟🌟🌟🌟🌟
Comments
Post a Comment