ହେ.... ପ୍ରଭୁ!!!!!!
ସବୁ ଜାଣି ଶୁଣି ଅଝଟ ହଉଛୁ
କାହିଁକି ଜଗତ ସାଇଁ?
ଯେତେ ବୁଝେଇଲି ବୁଝୁନାହୁଁ କିଛି
ଦୁଃଖ ଦେଉ କାହିଁ ପାଇଁ,
ଦେଖି ପାରୁନୁ କି ମୋ ନିର୍ମଳ ସ୍ବଭାବ
ମନରେ ନାହିଁ ମୋ ରାଗ
ସରଳିଆ ଦେଖିଠକି ଦଉଅଛୁ
ଦୁଃଖ ମୋ ନ କରି ଲାଘବ।
ମୋ ଅଶ୍ରୁ ଛିଟା ପଡିବ ତୋ ଉପରେ
ବୁଝିବୁ ତୋହର ସ୍ଥିତି।
ଏଇ ଅଶ୍ରୁ ଟୋପା ଆଣିଦେବ ବନ୍ୟା
ବଦଳିବ ତେବେ ମତି।
ଆଣିଛୁ ଯଦି ଏଇ ଜଗତକୁ ମୋତେ
ଭଲ ମନ୍ଦ ବୁଝେ ତୁହି
ମା କେବେ ତାର ପିଲାକୁ
କରେ ହେଳା
ଗର୍ଭ ରୁ ଜନମ ଦେଇ।
ଶିଖେ ତାଠୁ ଟିକେ ମମତା ମୟୀ ଗୁଣ
ପୂଣ୍ୟ ର ସେ ନଦୀ ହୋଇ
ଠାକୁର ଠାକୁର ବୋଲି ବଡିମା କରୁଛୁ
ଜଗତର ନାଥ ହୋଇ
ଯଦି ତୁ ଅଟୁ ସତରେ ଠାକୁର
ଦୁଃଖ ମୋର ଫେଡିବୁ ତୁହି
ଖୁସି ରେ ଖୁସି ରେ
ଅଶ୍ରୁ ମୁଁ ଢାଳିବି
ପାଦ ତୋର ଦେବି ଧୋଇ।।।।।।
Comments
Post a Comment