ମୋ ମନ ର କଥା ବୁଝି ପାରୁନ କି ଥରିଲା ଓଠ କୁ ଦେଖି
ମୋ ହୃଦୟ ଭାଷା ପଢି ପାରୁନ କି
ଆଖି ତ ମୋହର ସାକ୍ଷୀ
ଝରି ପଡେ ଲୁହ ଦୁଇ କୁଳ ଛୁଇଁ....
ଦୁଃଖ ର ଅସରା ନେଇ
ଖୁସିର ପସରା କେବେ ଯେ ମେଲିବ
ଆଉ ପାରୁନି ତ ରହି।
ମୋ ଫିକା ବନ ରେ ଢାଳି ଦିଅ ରଂଗ
ଚିତ୍ରକାର ଟିଏ ହୋଇ
ମୋ ମନ ଆକାଶ ସୁଗନ୍ଧିତ କର
ମଧୂର ମହକ ଦେଇ।
ପାରିବ ଯଦି ଗୋ ସୂର ବନି ଯାଅ
ଝଂକାର ର ତାଳ ହୋଇ
ସବୁଜ ସକାଳ କୁଆଁ ତାରା ପରି
ଥାଅ ପାଖେ ପାଖେ ରହି
ତୁମର ପ୍ରେମ ର କୁସୁମିତ ପଥେ..
ପୂଣ୍ୟର ନଦୀ ମୁଁ ହୋଇ
ଝରୁଥିବି ସଦା ତୁମରି ପୟରେ.....
ନିଜକୁ ଭୁଲାଇ ମୁହିଁ।
Comments
Post a Comment