-----ବନ୍ଧୁ ମିଳନ----
ଜୀବନ ଟା ନୁହେଁ ଏକ ସରଳ ରେଖା_____
କେତେ ବିନ୍ଦୁ, କମା, ବିସର୍ଗ, ତ୍ରିଭୂଜ, ଚତୁର୍ଭୁଜ, ବୃତ୍ତ ର ସମୀକ୍ଷା କରୁ କରୁ.....
ଗତିପଥ ହୋଇଯାଏ ଭିନ୍ନ।
ଆମେ ସବୁ ବାଛି ନେଇଛୁ
ସେଇ ଭିନ୍ନ ଭିନ୍ନ ଗତିପଥ।
ନାମ,କାମ,ସୁନାମ,ସ୍ଥିତି ରେ
ସମସ୍ତେ ଆଜି ବ୍ୟସ୍ତ।
ବୟସ ର ଦୂର ଦିଗନ୍ତ ଯାତ୍ରାୟନେ.......
ମନେ ପଡେ ବେଳେ ବେଳେ.....
ସେଇ ପିଲାଦିନ ସ୍ମୃତି ,
ତାର ଅଲିଭା କୀର୍ତ୍ତି।
ହସ ଖେଳ, ଟଣା ଓଟରା ରେ....
ଦିନ ଟା ଥିଲା କେତେ ସୁଖମୟ।
ଶିକ୍ଷକ ଙ୍କ ଅବାଞ୍ଛିତ ସ୍ନେହ, ଚେଷ୍ଟା ଓ ଆନନ୍ଦ ର ଜ୍ୟୋତି.....
ଜଳାଉ ଥିଲା ଆମର
ଭାଗ୍ୟ ର ସଳିତା ।
ସେଇ ତେଜିୟାନ୍ ରେ ଆଲୋକ ରେ .....
ଆମେ ସମସ୍ତେ ଥିଲୁ ଦୀପ୍ତିମନ୍ତ।
ଭ୍ରମର ଗୁଞ୍ଜନେ....
ଫୁଲ ଯେମିତି କୁସୁମିତ
ଗୁରିଜୀ ଆକଟେ.....
ଆଜି ଆମେ ସେମିତି ପ୍ରଫୁଲ୍ଲିତ, ପଲ୍ଲବିତ।
ତାଙ୍କର ସ୍ମରଣେ, ତାଙ୍କ ଆଶିର୍ବାଦେ...
ଆଜି ର ଏଇ ସମାରୋହ।
ବାଲ୍ୟ ବନ୍ଧୁ ମିଳନ ଏଇ
ବିଦ୍ୟାଳୟ ପ୍ରାଙ୍ଗଣେ....
ଜଳି ଉଠୁଛି ଆଜି ସ୍ନେହ ର ଦୀପିକା।
ଭୁଲି ଯାଇଛୁ ସତେ ଆଜି
ବ୍ୟସ୍ତ ଜୀବନ ର କ୍ଳେଶ, କ୍ଳାନ୍ତ, ଥକା ଭରା, ଶ୍ରାନ୍ତ ପ୍ରାଣ।
ପ୍ରୀତି ସିନ୍ଧୁ ଅତଳ ଗର୍ଭ ରେ.....
ଭେଟିଅଛୁ ଆମେ ପୁରାତନ ସାଥୀ।
କର୍ମ ରଥେ..... କର୍ମ ପଥେ..
ସାଜି ସାଧକ ସାଧିକା
ହେବା ଆମେ ନିଷ୍ଠାପର ବ୍ରତୀ।
ଏ ସୁନ୍ଦର ସୃଷ୍ଟି ର ସୌରଭେ..
ହୋଉଥାଉ ଏମିତି ବନ୍ଧୁ ମିଳନ.....
ଯୁଗ ଯୁଗ ବ୍ୟାପି।
🙏🏻🙏🏻🙏🏻🙏🏻🙏🏻🙏🏻
Comments
Post a Comment