ପ୍ରେମ ଏକ ......
ଜୀବନ ନଈ ର
ସାୟାହ୍ନ ରେ
ଉଆଁସି ଜହ୍ନ
ତାର ଅବାଞ୍ଛିତ ପ୍ରଶ୍ନ!!!!
ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମା ର.....
ତାର ପବିତ୍ର ଭାବନା ର...
ତା ର ଅସଂଖ୍ୟ ଫୁଲ ଫୁଟା ହସର....
ଆଜି ସେ ପ୍ରେମ ର ନିରୀହ ଦୀର୍ଘଶ୍ଵାସ ରୁ
ପବନ ଚାଲିଯାଏ...
ଜ୍ୟୋସ୍ନା ର ବାୟୁକୋଷ କୁ।
ଆଉ ବର୍ଷ ବର୍ଷ ଧରି ଶିଖିଥିବା ବିସ୍ତୃତ ଜ୍ଞାନ ରୁ
ପ୍ରେମ ଜ୍ଞାନ ର ସଂଜ୍ଞା
ଖରା ବର୍ଷା ରେ....
ସତ୍ୟ ଅସତ୍ୟ ରେ....
ପାପ ପୂଣ୍ୟ ରେ.....
ହରାଇ ଦିଏ ଭାରସାମ୍ୟ।
ହେଉ ପଛେ ପ୍ରେମ
ଭକ୍ତ---ଭଗବାନ ର....
ସ୍ବାମୀ --- ସ୍ତ୍ରୀ ର....
ଭାଇ--- ଭଉଣୀ ର....
ଫୁଲ----ପ୍ରଜାପତି ର.....
ଜହ୍ନ-----କଈଁ ର.....
ପ୍ରେମ ସଂପର୍କ ର ଡୋର।
କିଛି ଚାହେଁ ନାହିଁ....
.ପ୍ରଶ୍ନ କରେ ନାହିଁ।
ମୋର -- ମୋର ହଉଥାଏ
ସାଙ୍ଗ ରେ ଥାଏ ଦିନ ରାତି
କଥା ନ କହି।
ଆଜି ର ପ୍ରେମ ମାପକାଠି ରେ
ତୋଳା ହଉଛି.....
ଦିଆ ନିଆ ରେ.....
ଛନ୍ଦ କପଟ ରେ......
ଈର୍ଷା ହିଂସା ରେ.....
ପ୍ରେମ ର ଫମ୍ପା ଆବାଜ ବଢି ଯାଇଛି....
ଅବୁଝା କୁହୁଡି ପରି
ଅଣ ନିଃଶ୍ୱାସି ହୋଇ
ପଳାତକ ସାଜିଛି
ଫୁଲ ଫୁଟା ବେଳ ରେ
କଳି ହୋଇ ଝରି ପଡୁଛି
ପ୍ରେମ ଏବେ ସତେ ଏକ ଅବୁଝା ଗଣିତ ପାଲଟି ଯାଇଛି।।।।।।
☺☺☺☺☺☺
Comments
Post a Comment