ବରେଣ୍ୟ ସଭାପତି ମହୋଦୟ,
ପୂଜ୍ୟ ଗୁରୁଜୀ, ଗୁରୁମା ବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ।
ଉକ୍ତ କାର୍ଯ୍ୟ କର୍ମ କୁ ଆୟୋଜନ କରିଥିବା କର୍ମକର୍ତ୍ତା ଗଣ।
ଉପସ୍ଥିତ ସଜ୍ଜନ ମଣ୍ଡଳୀ , ମୋ ସାନ ବଡ ଭାଇ ଭଉଣୀ ମାନେ ଓ ମୋ ଅନ୍ତରଙ୍ଗ ସାଥୀ ଗଣ।
ଭାରତୀୟ ଧର୍ମ ଓ ସଂସ୍କୃତି ରେ ଗୁରୁ ଶିଷ୍ୟ ପରମ୍ପରା ଅତି ପୁରାତନ ଓ ସମଗ୍ର ବିଶ୍ୱକୁ ଏ କ୍ଷେତ୍ର ରେ ଦିଗଦର୍ଶନ ଦେଇ ଆସିଛି।
ଆମେ ଜାଣିଛେ....
"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ
ତସ୍ମୈଶ୍ରୀ ଗୁରବେ ନମଃ"।
ଭାଗବତ ରେ ଭି ଲେଖା ଅଛି.....
"ଗୁରୁ ଙ୍କୁ ନ ମଣିବ ନର
ଗୁରୁଯେ ସାକ୍ଷାତ ଈଶ୍ୱର"।
ପ୍ରତ୍ୟେକ କାର୍ଯ୍ୟର ପ୍ରାରମ୍ଭ ରେ ଗୁରୁ ବନ୍ଦନା କରା ଯାଇଥାଏ।
ଗୁରୁ ଶିଷ୍ୟ ପରମ୍ପରା ଆମ ଭାରତ ରେ ଉଚ୍ଚ କୋଟୀର।
ଗୁରୁ ଶିଷ୍ୟ ଙ୍କୁ ଆଲୋକ ପ୍ରଦାନ କରନ୍ତି।
ଶିଷ୍ୟ ଜୀବନ ରେ ସେ ଆଲୋକ ବର୍ତ୍ତିକା।
ତାଙ୍କ ଆଶୀର୍ବାଦ ରେ ଆମେ ଆଜି ସ୍ବଃ ପ୍ରସ୍ଫୁଟିତ।
ଗୁରୁବିନା ମୁକ୍ତି ନାହିଁ ...ବୋଲି ....
ସନ୍ଥ କବି ଭୀମ ଭୋଇ ଭି ଅତି ସ୍ପଷ୍ଟ ଭାବରେ ସ୍ତୁତି ଚିନ୍ତାମଣି ରେ ଉପସ୍ଥାପନା କରିଛନ୍ତି।
ଯାହା ହେଲେ ଭି ଏଇ ଗୁରୁ ଶିଷ୍ୟ ପରମ୍ପରା ଆମ ଭିତରେ ଉଜ୍ଜିବୀତ ହୋଇ ରହିଛି ଓ ରହିଥିବ ।।
ତାଙ୍କରି ସମ୍ମାନାର୍ଥେ ଆଜି ର ଏଇ ବିଦ୍ୟାଳୟ ପ୍ରାଙ୍ଗଣେ ଏଇ ସମାବେଶ....
ଏଇ ସମାରୋହ।
ମୋର ପ୍ରୀୟ ବନ୍ଧୁ ଗଣ ଆଜିର ଏଇ ମିଳନ କୁ ଅତି ସୁନ୍ଦର ଭାବରେ ପରିପ୍ରକାଶ କରିଛନ୍ତି।
ଶେଷ ରେ ଏତିକି କହୁଛି..
ଗୁରୁ ଶିଷ୍ୟ ପରମ୍ପରା ରହୁ ଚିରକାଳ ଜୀବିତ ,,,
ଗୋଷ୍ଠୀ, ଧର୍ମ , ଜାତି ଭେଦ ରେ ନ ହେଉ ସୀମିତ।
ପାଶ୍ଚାତ୍ୟ ପ୍ରଭାବେ ନ ଯାଉ ଆମେ ଭାସି.....
ଗୁରୁ ବନ୍ଦନା ଉଚ୍ଛୁଳି ପଡୁ
ଦିବା ନିଶି।
ମୁଁ ମୋ ଅନ୍ତରରୁ ସହାସ୍ୟ ବଦନେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
ଧନ୍ୟବାଦ!!!!!
Comments
Post a Comment