ଜୀବନ ର ପ୍ରତିଟି ମୁହୁର୍ତ୍ତ
ସମର୍ପି ଦେଇଛି ତୁମକୁ...
ପ୍ରୀତି ର ଫୁଲ ଦେଇ।
ବୟସ ର କୃଷ୍ଣଚୁଡା ରେ
ଛୁଇଁ ଯାଅ ଆସି
ମୋ ନୀଳ ଆଇନା କୁ
ଭରିଦିଅ ସୁଗନ୍ଧ ମୋ
ପ୍ରସ୍ଫୁଟିତ ପାଖୁଡାରେ.....
ଅସ୍ଥିର ମନକୁ ସଜାଡୁ ସଜାଡୁ
ଆଙ୍କି ଦିଅ..
ନିଦ୍ରା ଭରା ଚୁମ୍ବନ ଟିଏ.....
ସେଇ ମଧୂର ମହକ ରେ
ଭୁଲିଯିବି ସତେ....
ପ୍ରତିକ୍ଷା ର ଜ୍ବାଳା।
ଜୀବନ ର ପ୍ରତିଟି
ବସନ୍ତ ଖେଳିବ ....
ଫଗୁଣ ର ହୋଲି
ସକାଳ ର ଅରୁଣିମା ରୁ
ଝଟକୁ ଥିବ
ପ୍ରେମ ର ଝଲକ....
ଜ୍ୟୋସ୍ନା ର ଚାନ୍ଦିନୀ ରାତି ଯାଏଁ.....
ଆସ ପ୍ରୀୟେ ଆସ ....
କରିଦିଅ ସ୍ବାକ୍ଷର .....
ମୋ ହୃଦୟ ରେ...
ଭରିଦିଅ ତୃପ୍ତି ର ସ୍ବାଦ
ସ୍ବର୍ଣ୍ଣାଭ ଆଶାର.
❤❤❤ ❤ ❤ ❤ .....
Comments
Post a Comment